ରୋଟାରୀ ପବ୍ଲିକ ସ୍କୁଲ ଓ ପିପ୍ଲାନୀ ସ୍ଵୀଟ୍ସ ତରଫ ରୁ ରକ୍ତ ଦାନ ଶିବିର ସର୍ବମୋଟ ୭୮ୟୁନିଟ ରକ୍ତ ସଂଗୃହୀତ……

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୧୭-୧୧-୨୦୨୫ରିଖ (ସୋମ ବାର)ରକ୍ତ ଭଣ୍ଡାର ମାନଙ୍କ ରେ ରକ୍ତ ର ଅଭାବ କୁ କିଛି କାଂଶ ରେ ଦୂର କରିବା ପାଇଁ ନିଷ୍ଠା ପରିବାର ପ୍ରୟାସ। ବରଗଡ଼ ରୋଟାରୀ ପବ୍ଲିକ ସ୍କୁଲ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ରୋଟାରୀ ପବ୍ଲିକ ସ୍କୁଲ, ବରଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ରୋଟାରୀ କ୍ଲବ ର ପୂର୍ବତନ ସଭାପତି ଦଶରଥ ଅଗ୍ରୱାଲ,ସଭାପତି ଗଙ୍ଗା ସାଗର ପତି,ସମ୍ପାଦକ ଆନନ୍ଦ ଭୂତାଡା, ସ୍କୁଲ ଚେୟାରମେନ ସୁରେଶ କେଜ୍ରିୱାଲ ନିମନ୍ତ୍ରିତ ଅତିଥି ଭାବରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିବା ସହ ରକ୍ତ ଦାନ ମଧ୍ୟ କରିଥିଲେ। ରୋଟାରୀ କ୍ଲବ ଓ ସ୍କୁଲ ର ସମସ୍ତ ସଦସ୍ୟ ଓ କର୍ମଚାରୀଙ୍କ ସହଯୋଗ କ୍ରମେ ଏହି ଶିବିର ରୁ ସର୍ବମୋଟ ୩୪ୟୁନିଟ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ଠିକ ସେହିପରି ବରଗଡ଼ ପ୍ରସିଦ୍ଧ ମିଠା ଦୋକାନ ପିପ୍ଲାନି ସ୍ଵିଟ୍ସ ର ମାଲିକ ଅର୍ଜୁନ ପିପ୍ଲାନୀ ଙ୍କ ଜନ୍ମ ଦିନ ଅବସର ରେ ତାଙ୍କ ମିଠା କାରଖାନା ତେଲେନ ଟିକ୍ରା, ବରଗଡ଼ ଠାରେ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ଅର୍ଜୁନ ପିପ୍ଳାନି, ତାଙ୍କ ଧର୍ମ ପତ୍ନୀ,ତାଙ୍କ ଦୁଇ ପୁଅ ରୋହିତ ପିପ୍ଲାନୀ, ଗୌତମ ପିପ୍ଲାନୀ, ଘନିଷ୍ଟ ବନ୍ଧୁ ରାମ ନିବାସ ଅଗ୍ରୱାଲ ନିମନ୍ତ୍ରିତ ଅତିଥି ଭାବରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ।ପିପ୍ଲାନି ସ୍ଵିଟ୍ସ ରେ କାମ କରୁଥିବା କର୍ମଚାରୀ ଙ୍କ ସହଯୋଗ ରେ ଏହି ଶିବିର ରୁ ସର୍ବମୋଟ ୪୪ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ଆଶିଷ କିରଣ ମହାପାତ୍ର ଙ୍କ ତତ୍ତ୍ଵାବଧାନ ରେ ଏହି ଶିବିର ସୁପରିଚାଳନା ହୋଇଥଲା।ରୋଟାରୀ ପବ୍ଲିକ ସ୍କୁଲ ଓ ପିପ୍ଲାନି ସ୍ଵୀଟ୍ସ କୁ ରକ୍ତ ଦାନ ଶିବିର ଆୟୋଜନ ପାଇଁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉଭୟ ଶିବିର ରୁ ସର୍ବମୋଟ ୭୮ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଉପରୋକ୍ତ ଶିବିର ମାନଙ୍କୁ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ। ସମସ୍ତ ରକ୍ତ ଦାତା,ସହଯୋଗୀ, ଶୁଭେଛୁ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।

Leave a Reply

Your email address will not be published. Required fields are marked *