ଯାଜପୁର ଗ୍ରାମରେ ହେବ ପଞ୍ଚାୟତ ର ଦ୍ୱିତୀୟ ସୋସାଇଟି: ବିଧାୟକ ରୂପେସ ପାଣିଗ୍ରାହୀ ।
ଗଜପତି -15/11/(ମନୋଜ ପାଢ଼ୀ ) ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର କେରାଣ୍ଡୀ ପଞ୍ଚାୟତ ଅନ୍ତର୍ଗତ ଯାଜପୁର ଗ୍ରାମ ରେ ପଞ୍ଚାୟତର ଦ୍ୱିତୀୟ ସୋସାଇଟି ହେବାକୁ ଯାଉଛି , ଏହା କେବଳ ପାରଳା ବିଧାୟକ ଶ୍ରୀ ରୂପେଶ ପାଣିଗ୍ରାହୀଙ୍କ ଉଦ୍ୟମରେ ସମ୍ଭବ ହୋଇଥିବା ଯୋଗୁଁ ଆଜି ଯାଜପୁର ଗ୍ରାମବାସି ସ୍ଥାନୀୟ ତ୍ରିନାଥ ମନ୍ଦିର ଠାରେ ଏକ ଗ୍ରାମସଭା ଆୟୋଜନ କରି ଗ୍ରାମସଭାରେ ପାରଳା ବିଧାୟକ ଶ୍ରୀ ରୁପେଶ୍ କୁମାର ପାଣିଗ୍ରାହୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ୍ ଜଣାଇଛନ୍ତି ।
ଗ୍ରାମବାସୀଙ୍କ ପକ୍ଷରୁ ଆୟୋଜିତ ଏକ ସଭା କାର୍ଯ୍ୟକ୍ରମରେ ପାରଳା ବିଧାୟକ ଶ୍ରୀ ରୁପେସ ପାଣିଗ୍ରାହୀଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ବାଲ ରାଜୁ , ସହକାରୀ ଉପ ନିବନ୍ଧକ ଶ୍ରୀ ପ୍ରତାପ କୁମାର ନାୟକ ଏବଂ ଅଗ୍ରଣୀ ଚାଷୀ ତଥା ପୂର୍ବତନ ସରପଞ୍ଚ ଶ୍ରୀ ବିନୋଦ ପ୍ରଧାନ ଓ ଶତାଧିକ ଚାଷୀଭାଇ ଉପସ୍ଥିତ ଥିଲେ ।।
ଏଠାରେ ପ୍ରକାଶ ଯୋଗ୍ୟ ଯେ , ଯାଜପୁର ଗ୍ରାମରେ ସମ୍ପୂର୍ଣ ଭାବେ ଚାଷୀ ପରିବାର ହିଁ ରହିଥାନ୍ତି , ଯାଜପୁର ଗ୍ରାମ କେରାଣ୍ଡି ପଞ୍ଚାୟତର ଏକ ବଡ଼ ଗ୍ରାମ ହୋଇଥିଲେ ମଧ୍ୟ ଏଠାରେ କୌଣସି ସୋସାଇଟି ନ ଥିବା ଯୋଗୁଁ ପଞ୍ଚାୟତର ପ୍ରତ୍ୟେକ ସରକାରୀ ସାମଗ୍ରୀ ଆଣିବା ପାଇଁ ଲୋକେ କେରାଣ୍ଡି କୁ ଯିବାପାଇଁ ବାଧ୍ୟ ପଡୁଥିଲେ ।
ତେବେ ବିଗତ କିଛିଦିନ ତଳେ ଗ୍ରାମ ବାସି ଏ ବିଷୟ ନେଇ ବିଧାୟକ ଙ୍କୁ ଭେଟି ଅବଗତ କରାଇବା ସହ ଯାଜପୁର ଗ୍ରାମରେ ଏକ ନୂତନ ସୋସାଇଟି ଗଠନ କରିବା ପାଇଁ ଅନୁରୋଧ କରି ଦୃଢ଼-ଦାବୀ ରଖିଥିଲେ । ଗ୍ରାମବାସୀଙ୍କ ଏହି ଅନୁରୋଧ ଓ ଦାବୀ ବିଷୟକୁ ନେଇ ପାରଳା ବିଧାୟକ ଶ୍ରୀ ରୁପେଶ ପାଣିଗ୍ରାହୀ ବହୁବାର ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରି ଜଣାଇ ଆସୁଥିଲେ , ଯାହା ଯୋଗୁଁ ଆଜି ସରକାରଙ୍କ ତରଫରୁ ଯାଜପୁର ଗ୍ରାମରେ ଦ୍ୱିତୀୟ ସୋସାଇଟି କାର୍ଯ୍ୟକ୍ଷମ ହେବାକୁ ଯାଉଛି ।
ଏ ସମ୍ପର୍କରେ ପାରଳା ବିଧାୟକ ଶ୍ରୀ ରପେଶ ପାଣିଗ୍ରାହୀ କହିଛନ୍ତି ଯେ , ଦୀର୍ଘବର୍ଷ ଧରି ଯାଜପୁର ଗ୍ରାମବାସୀଙ୍କ ଯେଉଁ ସ୍ବପ୍ନ ଥିଲା ଯେ , ଯାଜପୁର ଗ୍ରାମରେ ଗୋଟିଏ ସୋସାଇଟି ସ୍ଥାପନ ହେଉ , ଆଜି ଗ୍ରାମବାସୀଙ୍କ ସେହି ସ୍ବପ୍ନ ସାକାର ପୂର୍ବକ ନୂତନ ସୋସାଇଟି ଗଠନର ଶୁଭ ମୁହୂର୍ତ୍ତ ଆସିଯାଇଛି ଏବଂ ଏହା କେବଳ ଗ୍ରାମବାସୀ ଓ ଗ୍ରାମର ଯୁବକ ମାନଙ୍କ ମିଳିତ ଉଦ୍ୟମ ଓ ଦାବୀ ଯୋଗୁଁ ସମ୍ଭବ ହୋଇପାରିଛି । ସେମାନେ ମୋତେ ନୂତନ ସୋସାଇଟି ଗଠନ ନେଇ ଅନୁରୋଧ ଜଣାଇ ଦାବୀ ରଖିଥିଲେ । ମୁଁ ମଧ୍ୟ ଯାଜପୁର ଗ୍ରାମରେ ସୋସାଇଟି ଗଠନ ପାଇଁ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ମନ୍ତ୍ରୀଙ୍କୁ ବହୁବାର କହିବା ଫଳରେ ଆଜି ସରକାରୀ ସ୍ତରରେ ଯାଜପୁର ଗ୍ରାମରେ ନୂତନ ସୋସାଇଟି ଗଠନ ପାଇଁ ପଞ୍ଜୀକୃତ ହୋଇଛି । ଆଗାମୀ ଦିନରେ ଅତିଶିଘ୍ର ଯାଜପୁର ଗ୍ରାମରେ ଗୋଟିଏ ସମବାୟ ସମିତି ଗଠନ ହେବା ଏବଂ ଏହାଦ୍ଵାରା ଚାଷୀଭାଇ ମାନଙ୍କ ବିଶେଷ ଭାବେ ଉପକୃତ ହେବେ ବୋଲି କହିଥିଲେ ।
ସେହିଭଳି ସହକାରୀ ଉପ ନିବନ୍ଧକ ଶ୍ରୀ ପ୍ରତାପ କୁମାର ନାୟକ କହିଛନ୍ତି ଯେ , ଏହି ଯାଜପୁର ଗ୍ରାମରେ ଅଧିକ ସଂଖ୍ୟକ ଚାଷୀ ପରିବାର ରହୁଥିବା ଯୋଗୁଁ ଏହି ଗ୍ରାମରେ ନୂତନ ସୋସାଇଟି ଗଠନର ଆବଶ୍ୟତାକୁ ଏବଂ ଗ୍ରାବାସୀଙ୍କ ଦାବୀକୁ ଦୃଷ୍ଟିରେ ରଖି ଏଠାରେ ନୂତନ ସୋସାଇଟିକୁ ଗଠନ କରାଯାଉଛି । ଏହି ସୋସାଇଟି କାର୍ଯ୍ୟକ୍ଷମ ହେବାପରେ ଏଠାରୁ ଚାଷୀ ଭାଇ ମାନେ ସାର ଓ ବିହନ କ୍ରୟ କରିବା ସହ ଧାନ ବିକ୍ରୀ ସୁବିଧାରେ କରିପାରିବେ ବୋଲି କହିଥିଲେ।
ଏ ସମ୍ପର୍କରେ ଗ୍ରାମର ଜଣେ ଅଗ୍ରଣୀ ଚାଷୀଭାଇ ତଥା ପୂର୍ବତନ ସରପଞ୍ଚ ଶ୍ରୀ ବିନୋଦ ପ୍ରଧାନ କହିଛନ୍ତି ଯେ , ଗତ ଦିନ ମାନଙ୍କରେ ଯାଜପୁର ଗ୍ରାମର ଚାଷୀଭାଇ ମାନେ , କେରାଣ୍ଡିି ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ରାମ ଲିଙ୍ଗେଶ୍ୱର୍ ସୋସାଇଟିକୁ ବହୁ କଷ୍ଟରେ ଯାଇ ସାମଗ୍ରୀ ଆଣୁଥିଲେ କାରଣରୁ ଏହା ଗ୍ରାମଠାରୁ ବହୁ ଦୂରରେ ରହିଛି । ସେଥିପାଇଁ ଗ୍ରାମବାସୀଙ୍କ ମଧ୍ୟ ଦୀର୍ଘଦିନର ଦୃଢ଼ ଦାବି ଥିଲା ଯେ , ଗ୍ରାମରେ ଏକ ସୋସାଇଟି ଗଠନ ପାଇଁ ।
ଏହାକୁ ନେଇ ଗ୍ରାମର ଚାଷୀଭାଇ ମାନେ ବିଧାୟକଙ୍କୁ ଆମର ଦାବୀ ଜନାଇଥିଲୁ ।
ବିଧାୟକ ମହୋଦୟ ଆମ ଚାଷୀ ଭାଇ ମାନଙ୍କ ଦାବୀକୁ ସମ୍ମାନ ଜଣାଇ ଏବଂ ଗୁରୁତ୍ଵ ଦେଇ ଆଜି ବିଧାୟକ ଶ୍ରୀ ରୁପେଶ ପାଣିଗ୍ରାହୀଙ୍କ ଉଦ୍ୟମରେ ଆମ ଯାଜପୁର ଗ୍ରାମରେ ପଞ୍ଚାୟତର ଦ୍ଵିତୀୟ ସୋସାଇଟି ସ୍ଥାପନ ହେବାକୁ ଯାଉଛି । ସେଥିପାଇଁ ବିଧାୟକ ମହୋଦୟଙ୍କୁ ଆମ ଯାଜପୁର ଗ୍ରାମବାସୀଙ୍କ ତରଫରୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛୁ ବୋଲି କହିଛନ୍ତି ।

