ରାୟଗଡ଼ ପିଏମ ଶ୍ରୀ ହାଇସ୍କୁଲ ପଡିଆ ଠାରେ ବ୍ଲକ ରେ ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମେଳା୨୦୨୫ ଅନୁଷ୍ଟିତ।

ଗଜପତି 14/11(ମନୋଜ ପାଢୀ) ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ପିଏମ ଶ୍ରୀ ହାଇସ୍କୁଲ ପଡିଆ ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମେଳା ୨୦୨୫ ଅନୁଷ୍ଟିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିବା ବେଳେ,ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ପ୍ରଦୀପ କୁମାର ବିଷୋୟୀ ,ରାୟଗଡ଼ ବ୍ଲକ ଅଧ୍ୟକ୍ଷା ପୁର୍ଣ୍ଣବାସୀ ନାୟକ , ରାୟଗଡ ବିଡିଓ ସନ୍ତୋଷ କୁମାର ବାରିକ , ଜିଲ୍ଲାପରିଷଦ ସଭ୍ୟ ପିତାମ୍ବର ନାୟକ , ଜିଲ୍ଲାପରିଷଦ ସଭ୍ୟା ଗୌତମୀ ଜାନୀ , ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ତୁସାରେନ୍ଦୁ ନାୟକ , ଜିଲ୍ଲା ମତ୍ସ୍ୟ ଅଧିକାରୀ ନୀରଦ ଚନ୍ଦ୍ର ନାୟକ, ରାୟଗଡ ବ୍ଲକ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ସୁଚିଶ୍ମିତା ସାମଲ ପ୍ରମୁଖ ଉପସ୍ଥିତ ଥିଲେ।ଉକ୍ତ ମେଳାରେ ମତ୍ସ୍ୟ, ପ୍ରାଣିସମ୍ପଦ ଓ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟକ୍ରମର ପ୍ରଦର୍ଶନୀ, ଚାଷୀ-ବିଶେଷଜ୍ଞ ଆଲୋଚନାଚକ୍ର, ସଚେତନତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ରାୟଗଡ଼ ବ୍ଳକର ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ସମ୍ବନ୍ଧରେ ଆଲୋଚନା କରା ଯାଇଥିଲା । ଏହି ଅବସରରେ ମତ୍ସ୍ୟ ବିଭାଗର ମତ୍ସ୍ୟଚାଷୀ ଚାରି ଜଣ ଓ ପ୍ରାଣୀ ସମ୍ପଦ ବିଭାଗର ପ୍ରାଣିପାଳକ ଚାରି ଜଣ ସଫଳ ଚାଷୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଏକ ହାଜର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥାଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ବକ୍ତବ୍ୟରେ ଉପସ୍ଥିତ ମତ୍ସ୍ୟ ଚାଷୀ ଓ ପ୍ରାଣିପାଳକ ମାନଙ୍କୁ ବିଭିନ୍ନ ପ୍ରକାର ଚାଷ କରି ଲକ୍ଷପତି ହେବା ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ ମେଳାରେ ମତ୍ସ୍ୟ ବିଭାଗର ଦୁଇଟି,ପ୍ରାଣିସମ୍ପଦ ବିଭାଗର ଚାରୋଟି, ମିଶନ ଶକ୍ତି ବିଭାଗର ଦୁଇଟି, କୃଷୀ ବିଭଗର ଗୋଟିଏ, ଉଦ୍ୟାନ ବିଭାଗର ଗୋଟିଏ, ମୃତ୍ତିକା ସଂରକ୍ଷଣ ବିଭାଗର ଗୋଟିଏ ଓ ଜଙ୍ଗଲ ବିଭାଗର ଗୋଟିଏ ମୋଟ ବାର ଗୋଟି ଷ୍ଟଲ୍ କରାଯାଇ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ପ୍ରଦର୍ଶନୀ କରାଯାଉଥିଲା। ବ୍ଲକର ୨୧ ଗୋଟି ପଞ୍ଚାୟତର ରୁ ପ୍ରତି ପଞ୍ଚାୟତରୁ ମତ୍ସ୍ୟ ବିଭାଗର ଦଶ ଜଣ ଓ ପଶୁ ସମ୍ପଦ ବିଭାଗର ଦଶ ଜଣ ଲେଖାଏଁ ଚାଷୀ ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସମସ୍ତ କାର୍ଯକ୍ରମକୁ ଲୀମା ମହାନ୍ତି ମଞ୍ଚ ପରିଚାଳନା କରିଥିବାବେଳେ ସୁମିତ୍ରା ପାଣିଗ୍ରାହୀ ଓ ବ୍ଲକର ସମସ୍ତ ପ୍ରାଣୀ ଧନ ନିରୀକ୍ଷକ ମାନେ ସହଯୋଗ କରିଥଲେ।

Leave a Reply

Your email address will not be published. Required fields are marked *