“ଦଲାଲ କବଜା ରେ ଅନ୍ନଦାତା”ହଲିଆ ଦୁଆରେ “ଅନ୍ନଦାତା” ପାଳିଲେ ମଗୁଶିର ଗୁରୁବାର

ବରଗଡ଼-(ଭବାନୀ ଶଙ୍କର ପାଢ଼ୀ) )ଓଡ଼ିଶାର ଭାତ ହାଣ୍ଡି ଭାବେ ବେଶ୍ ପରିଚିତ ବରଗଡ଼।ଜିଲ୍ଲା ରେ ପ୍ରଚୁର ପରିମାଣରେ ଧାନଚାଷ ହୋଇ ଥାଏ।ହୀରାକୁଦ କମାଣ୍ଡ ଅଞ୍ଚଳ ରେ ଚାଷୀ ଓ ଚାଷ ପାଇଁ ସ୍ବତନ୍ତ୍ର ଭାବେ କେନାଲ ଠାରୁ ଆରମ୍ଭ କରି ଛୋଟ ରୁ ବଡ ବିଭିନ୍ନ ସ୍ତରରେ ବିଭାଗୀୟ ଅଧିକାରୀ ମାନଙ୍କୁ ଖଞ୍ଜି ଦେଇଛନ୍ତି ସରକାର।ହେଲେ ସରକାରୀ ଖଞ୍ଜା କେବଳ କାଗଜ କଲମ ରେ ସୀମିତ।ଓଲଟି ଦରମା ନିଅଣ୍ଟ କିଛି ସରକାରୀ ବାବୁ ଏଠି ସରକାର ଙ୍କ ଦଲାଲ ସାଜି “ଅନ୍ନଦାତା”ନୀରିହ ଚାଷୀ ଙ୍କ ଉପରେ ଦାଉ ସାଧିଥାନ୍ତି।ଆପେ ବଞ୍ଚିଲେ ବାପ ର ନାଁ ଭଳି ନୀତି ରେ ଜଣେ ଅନ୍ୟ ଜଣ ଙ୍କୁ ଦୋଷ ଲଦାଳଦି ହୋଇ କିଏ ଉପରୁ କହି ହାତ ଟେକି ଦେଇଥାନ୍ତି।ଦିନ ପରେ ଦିନ ବିତି ଋତୁ ବଦଳି ଏବେ ଲୋକଙ୍କ ପରିବର୍ତ୍ତନ ର ସରକାର,ପ୍ରତିଶ୍ରୁତି ଦେଇଥିବା ଚାଷୀ ଙ୍କ ସରକାର ରେ ବି ରବି ଫସଲ ଯାଇ ଖରିଫ ଫସଲ ର ସମୟ।ଇତି ମଧ୍ୟରେ ଋତୁ ବଦଳି ନୂଆଁ ସରକାର ଙ୍କ ନୂଆଁ ନିୟମ ମଧ୍ୟ ହୋଇସାରିଛି।ହେଲେ ବଦଳି ପାରୁନି ଚାଷୀ ଙ୍କ ଦୁଃଖ ଓ ଦୂର୍ଦ୍ଧଶା।ସେହିଭଳି ସରକାର ବଦଳି ରୂପ ବଦଳିଛି,ରଙ୍ଗ ମଧ୍ୟ ବଦଳୁଛି ହେଲେ ବଦଳି ପାରୁନି ଦୁର୍ନୀତି ତଥା ଚାଷୀ ଙ୍କୁ ଶୋଷଣ ର ଢାଞ୍ଚା।ଚାରି ଆଡେ଼ ଦୁର୍ନୀତି ଘେରରେ ଛୋଟ ରୁ ବଡ ସମ ସ୍ତେ।ମୁଖ୍ୟତଃ ଚାଷୀ ପ୍ରବଣ ଅଞ୍ଚଳରେ ଚାଷ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ସତ୍ତ୍ୱେ ଚାଷୀ ଙ୍କ ଦୁଃଖ କହିଲେ ନ ସରେ।ଲୁହ ଲହୁ ରେ ତିଆରି କଷ୍ଟ ଉପାର୍ଜିତ ଧାନ ଗୋଡ଼ି ମାଟି ଠାରୁ ହିନ ହେବା ସହ କେତେ କଟକଣା କେତେ ଯେ ବ୍ୟବସ୍ଥା କହିଲେ ନସରେ।ଚାଷୀ ଚାଷ କରିବ କଣ ଏ ଅଫିସ ରୁ ସେ ଅଫିସ କୁ ଦୌଡ଼ି କାଗଜ ଚାଷ କରି ନୟାନ୍ତ ହୋଇ ସାରି ଲେଣି।ଚାଷ ଆରମ୍ଭରୁ ଚାଷୀ ପେଟ କୁ ଆହାର ଯୋଗାଇବାକୁ ଯାଇ ପାହାର ଖାଇଥାଏ।ସରକାରୀ କଳ ତଥା ଦଲାଲ ର ଶିକାର ହୋଇଥାଏ।ସେଥିରେ ପୁଣି ଦୈବୀ ଦୁର୍ବିପାକ ତାଡ଼ନ ରେ ଚାଷୀ ଙ୍କ ମେରୁ ହାଡ ଭାଙ୍ଗି ଯାଇଥିବା ବେଳେ ରାସ୍ତା ଘାଟ ଠାରୁ ଆରମ୍ଭ କରି ଖେତ ଖଲା ସହ ସରକାରୀ ମଣ୍ଡି ରେ ଲକ୍ଷ ଲକ୍ଷ ବସ୍ତା ଧାନ କିଣା ବିକା ଅପେକ୍ଷା ରେ ଅନାଇ ଗୋଡ଼ି ମାଟି ଠାରୁ ହିନ ହୋଇ ଶାଗ ମାଛ ଦରରେ ଦଲାଲ ହାତକୁ ଟେକି ଦେବା ପାଇଁ ବାଧ୍ୟ ହୋଇ ଶୋଷଣ ର ଶିକାର ହୋଇଥାଏ।ହେଲେ ଯଥା ପୂର୍ବମ୍ ତଥା ପରମ୍ ଅବସ୍ଥା ଟୋକନ୍,ଭିଟିଏସ୍, ଟେଗ,ଟାର୍ଗେଡ୍ ଭଳି ଆଲ ଦେଖାଇ ଦାୟିତ୍ୱରେ ଥିବା ସରକାର ଙ୍କ ବଡ ବଡିଆ ଦକ୍ଷଶୀଲ ଅଧିକାରୀ ମାନଙ୍କ ସ୍ତରରେ ଭୁଆଁ ବୁଲା ନୀତି କୁ ଆପଣେଇ ମଣ୍ଡି ରେ ଚାଷୀ ଙ୍କ ଧାନ କିଣାବିକା ପ୍ରକ୍ରିୟା ବିଳମ୍ବ ତଥା ମନ୍ଥରତା,ଅଦିନିଆଁ ସହ ମୌସୁମୀ ଝରି ବର୍ଷା ଚାଷୀ ଙ୍କ ପାଇଁ କାଳ ସାଜିଥାଏ।ଅନ୍ୟ ପଟେ ଟେଗ୍ ଟାର୍ଗେଡ କୁ ନେଇ ମଣ୍ଡି ବନ୍ଦ ହେବାର କୋକୁଆ ଭୟ କରି କିଭଳି ସରକାରୀ ବେସରକାରୀ ଦଲାଲ ଜାଲରେ ଫସାଇ ନିଜେ ମାଲାମାଲ୍ ହୋଇ ଚାଷୀ ଙ୍କୁ କାଙ୍ଗାଲ କରିବେ ସେ ନେଇ ନୂଆଁ ନୂଆଁ ଯୋଜନା ମାନ ସୃଷ୍ଟି ହୋଇ ଆସୁଥିବା ବେଳେ ଚାଷୀ କେତେବେଳେ ଜିଲ୍ଲାପାଳ ତ ଆଉ କେବେ ଯୋଗାଣ ବିଭାଗ ସହ ରାଜରାସ୍ତାକୁ ଓହ୍ଲାଇବା ସାର ହୋଇଥାଏ।ଯାହା ଏବେ ପୁଣି ଡବଲ ଇଞ୍ଜିନ ସରକାର କ୍ୟୁଣ୍ଟାଲ ୩୧୦୦ଟଙ୍କା କଥା ଦେଇ କଥା ରଖିଲେ।ଚାଷୀ ଙ୍କ ସରକାର,ଲୋକଙ୍କ ସରକାର, ମୋହନ ସରକାର ରେ ଚାଷୀ ଦୁଃଖ ପୂର୍ବ ତୁଳନା ରେ ଢେର୍ ଗୁଣ ବଢିବାରେ ଲାଗିଛି।ଧାର୍ଯ୍ୟ ମଧ୍ୟରେ ମଣ୍ଡି ରେ ଏରାଇଭେଲ ନକରାଇ ମଣ୍ଡି ବନ୍ଦ କରି ଦେବା ର ଚାଷୀ ଙ୍କ ମଧ୍ୟ ରେ କୋକୁଆ ଭୟ ସୃଷ୍ଟି କରିବା ଭଳି ସାମ୍ନା କୁ ଆସି ଚାଷୀକୁ ଝୁଣି ଖାଇବାକୁ ଏକ ବିଶାଳ କାୟ ରାକେଟ କାମ କରୁଥିବା ଚାଷୀ ମହଲରେ ଏକ ଉଦବେଗ ପ୍ରକାଶ ପାଇବା ସହ ଧାନ ବିକିବେ କଣ,ଏବେ ପୁଣି ଧାନ ଜିଲ୍ଲାରେ ୫ହଜାର ରୁ ଉର୍ଦ୍ଧ୍ବ ଚାଷୀ କାର୍ଡ ତିଆରି ରୁ ବଞ୍ଚିତ ରହି ଲୋକ ତଥା ଚାଷୀ ଙ୍କ ସରକାର ରେ ମଧ୍ୟ ଚାଷୀ ଆନ୍ଦୋଳନ ରତ।ଚାଷୀ ମୁଲିଆ ‘ଅନ୍ନଦାତା” ଙ୍କ ହଲିଆ ଖେଳରେ ଚାଷୀ ଦେବାଦେବୀ ମାଣବସା ଗୁରୁବାର ମହାଲକ୍ଷ୍ମୀ ପର୍ବ ଆଜି ହଲିଆ ଙ୍କ ଦୁଆରେ।ଅନ୍ନଦାତା ଅନ୍ନଦାତ୍ରୀ ଙ୍କୁ ନେଇ ହଲିଆ ଦୁଆରେ ବସିଥିବା ବେଳେ ହଲିଆ କିଭଳି ଏସିରେ ବସିଛି ବୋଲି ଚାଷୀ ମହଲରେ ପ୍ରଶ୍ନ ଵାଚୀ ସୃଷ୍ଟି କରିବା ସହ ଖରିଫ ରେ କଷ୍ଟ ଉପାର୍ଜିତ ଧାନ ମୁଠା କ କିଭଳି ବିକ୍ରି କରିବ ତାହା ଏବେ ମୁଣ୍ଡ ବ୍ୟଥା ର କାରଣ ହୋଇଛି।ଯେ ପର୍ଯ୍ୟନ୍ତ ସମସ୍ତ ଚାଷୀ ଙ୍କ ଧାନ କାର୍ଡ ପଞ୍ଜିକରଣ ନହେବ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ଓ ଆଗାମୀ ଦିନରେ ଜିଲ୍ଲାପାଳ ଅଫିସ ଆଉ ରଖି ଦେବୁ ନାହିଁ ବୋଲି ଚେତାବନୀ ଦେବା ସହ ବିରାଟ ଆନ୍ଦୋଳନ ର ମୁଣ୍ଡ ଟେକିବ ବୋଲି ଚାଷୀ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ହୋଇ ଥିବା ବେଳେ ଆଜି ଜିଲ୍ଲା ସ୍ତରୀୟ ଧାନ କିଣାବିକା ଡିଏଲ ପିସି ବୈଠକ ପାଇଁ ଲୋକଙ୍କ ସରକାର ରେ ଅଞ୍ଚଳର କହକା ଚାଷୀ ତଥା ନେତା ଙ୍କୁ ପୋଲିସ ବାନ୍ଧି ଅଟକ ରଖିଥିବା ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *