ଗୁମ୍ମା ବ୍ଲକ ଝାମୀ ପଞ୍ଚାୟତ ଅନ୍ତର୍ଗତ ବିଡୁଆ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ଅସନ୍ତୋଷ ପ୍ରକାଶ କଲେ ପାରଳା ବିଧାୟକ ।ଗଜପତି:୧୪/୧୧(ମନୋଜ ପାଢୀ) ପ୍ରାଥମିକ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରି ଅପରିଷ୍କାର ପରିବେଶ ଦେଖି କ୍ଷୁବ୍ଧ ହେଲେ ପାରଳା ବିଧାୟକ. ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଝାମି ପଞ୍ଚାୟତ ଏସ ବିଡୁଆ ଗ୍ରାମକୁ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଇଥିଲେ, କାର୍ଯ୍ୟକ୍ରମ ଯୋଗଦେଇ ସେଇ ବାଟ ଦେଇ ଫେରିବା ସମୟରେ ଅଚାନକ ଭାବେ ବିଡୁଆ ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନ କରିଥିଲେ, ବିଦ୍ୟାଳୟ ପରିସର ମଧ୍ୟରେ ଅପରିଷ୍କାର ପରିବେଶ ମଧ୍ୟରେ ଥିବା ଦେଖି ବିଧାୟକ କ୍ଷୁବ୍ଧ ହୋଇଥିଲେ। କିଛିଦିନ ତଳେ ବିଧାୟକ ଏଇଭଳି ଅପରିଷ୍କାର ଦେଖି ତୁରନ୍ତ ଶିକ୍ଷା ଅଧିକାରୀ ମାୟାଧର ସାହୁଙ୍କୁ ଅବଗତ କରିଥିଲେ । କିନ୍ତୁ ଆଜି ସୁଦ୍ଧା ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ବିଧାୟକ ଦୁଃଖ ପ୍ରକାଶ କରିଥିଲେ. ଏଇ ବିଷୟ ନେଇ ଜିଲ୍ଲା ପ୍ରଶାସନରକୁ ଅବଗତ କରିବେ ବୋଲି ସେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *