ମହାରାଷ୍ଟ୍ରର ପୁଣେରେ ବିଭତ୍ସ ଦୁର୍ଘଟଣା, ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ପରେ ଆଗ୍ନିକାଣ୍ଡ — ୮ ମୃତ

ପୁଣେ: ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଆଜି ପ୍ରଭାତେ ଘଟିଛି ଏକ ଭୟାବହ ସଡ଼କ ଦୁର୍ଘଟଣା। ଦୁଇଟି ଭାରି ଟ୍ରକ ମୁହାଁମୁହିଁ ଧକ୍କା ହେବା ପରେ ଦୁହିଁ ଗାଡ଼ିରେ ଭୟଙ୍କର ଆଗ୍ନିକାଣ୍ଡ ଲାଗି ଯାଇଛି। ଏହି ଦୁର୍ଘଟଣାରେ ୮ ଜଣ ମୃତ୍ୟୁ ହୋଇଥିବା ଖବର ମିଳିଛି।

ଘଟଣା ପୁଣେ-ସୋଲାପୁର ହାଇୱେରେ ଘଟିଥିଲା ବୋଲି ଥାନା ସୂତ୍ରରୁ ଜଣାପଡ଼ିଛି। ଧକ୍କା ଏତେ ଜୋରରେ ହୋଇଥିଲା ଯେ ଦୁହିଁ ଟ୍ରକ ସହିତ ମଧ୍ୟ ଅନେକ ଯାତ୍ରୀ ଓ ସାମଗ୍ରୀ ଅଗ୍ନିଜ୍ଵାଳାରେ ଜଳିଯାଇଛି।

ଅଗ୍ନି ନିରୋଧକ ବିଭାଗର ଟିମ୍ ଘଟଣାସ୍ଥଳକୁ ପହଞ୍ଚି ନିଆଁ ନିୟନ୍ତ୍ରଣରେ ଆଣିଛନ୍ତି। ମୃତକମାନଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନି।

ପୁଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ଓ ଦୁର୍ଘଟଣାର କାରଣ ଖୋଜାଯାଉଛି।

Leave a Reply

Your email address will not be published. Required fields are marked *