ଫୁଲବାଣୀ ଠାରେ ଏମ କେଏସ ପି ପକ୍ଷରୁ ଦୁଇଦିନିଆ କ୍ରୀଡା ଉତ୍ସବ କନ୍ଧମାଳ :-ତା ୧୩/୧୧ (ରିପୋର୍ଟ କୁନା ଦିଗାଲ)ସ୍ଥାନୀୟ ମୋହନ ଦାସ କରମ ଚାନ୍ଦ ସଂସ୍କୃତିକ ପରିଷଦ( ଏମ କେ ଏସ ପି) ପକ୍ଷରୁ ୧୩/୧୪ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ବ୍ୟାପୀ ସ୍ଥାନୀୟ କୋରୋନେସନ୍ ପଡିଆ ଠାରେ ଗୁରୁବାର ଶୁଭାରମ୍ଭ ହୋଇଛି l ଏହି ଅବସରରେ ଏମ କେ ଏସ ପି ସଭାପତି ତଥା ବରିଷ୍ଠ ଆଇନଜୀବି ବିଜୟ ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ସମୀର କୁମାର ନାୟକ ଯୋଗ ଦେଇଥିବାବେଳେ ବରିଷ୍ଠ ଆଇନଜୀବୀ ତଥା କ୍ରୀଡାବିତ୍ ଶିବ ପ୍ରାସାଦ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ , ବରିଷ୍ଠ ଆଇନଜୀବି ବିଜୟ ମହାନ୍ତି, ପ୍ରମୁଖ ଯୋଗ ଦେଇ ଆଜିର ଶିଶୁ ଆସନ୍ତା କାଲି ର ଭବିଷ୍ୟତ, ଏଣୁ ପାଠ ପଢିବା ସହ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖିବା ପାଇଁ କ୍ରୀଡା ର ଆବଶ୍ୟକତା ରହିଛି, ଏଣୁ ଅଧିକ ସଂଖ୍ୟାରେ ପ୍ରତିଯୋଗୀ ଅଂଶ ଗ୍ରହଣ କରିବା ପାଇଁ ଉତ୍ସାହିତ କରିଥିଲେ l ସଂପାଦକ ଶରତ କୁମାର ସାହୁ ଧନ୍ୟ ବାଦ ଦେଇଥିଲେ l ଏହି କ୍ରୀଡା ପ୍ରତିଯୋଗିତା ରେ ୧୦୦ମିଟର, ୨ଶହ ମିଟର ଦୌଡ, ଆଳୁ ଚାମଚ୍,ମ୍ୟୁଜିକ୍ ଚେୟାର, ସଟ ଫୁଟ୍, ଯାଭେ ଲିନ, ଡିସ କସ, ଆଦି ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବ l ସହର ର ପ୍ରାୟ ୧୪ସ୍କୁଲ ର ଶତାଧିକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ଅନୁଷ୍ଠାନ ର କର୍ମକର୍ତ୍ତା, ଶିକ୍ଷକ ଶିକ୍ଷୟତ୍ରୀ ଓ ସ୍ବେଛାସେବୀ ଏହି ଦୁଇଦିନିଆ କ୍ରୀଡ଼ାକୁ ସୁଚାରୁରୂପେ ପରିଚାଳନା କରିଥିଲେ l
