ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମୃତି କମିଟିଆସନ୍ତା ୧୭ରେହରିଶ୍ଚନ୍ଦ୍ର ବକ୍ସିପାତ୍ର ୯୨ତମ ଜୟନ୍ତୀଜୟନ୍ତୀ ଉତ୍ସବର ରୌପ୍ୟ ଜୟନ୍ତୀ ପାଳନ ହେବ

ଭୁବନେଶ୍ଵର, ୧୨/୧୧ : ଆଜି ଅପରାହ୍ନରେ ହରିଶ୍ଚନ୍ଦ୍ର ବକୃପାତ୍ର ସ୍ମୃତିକମିଟିର ପ୍ରସ୍ତୁତି ବୈଠକ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇଙ୍କ ସଭାପତିତ୍ୱରେ ‘ପୂଣ୍ୟକୁ’, ଶାସ୍ତ୍ରୀନଗର ଠାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୭ ତାରିଖ ସୋମବାର ଦିନ ସନ୍ଧ୍ୟା ୬ଟା ସମୟରେ ଜୟଦେବ ଭବନ ଠାରେ ଅନୁଷ୍ଠିତ ହେବାକୁ ଥିବା ବକ୍ତିପାତ୍ରଙ୍କ ୯୨ ତମ ଜୟନ୍ତୀ ଉତ୍ସବରେ ସର୍ବୋଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନ୍‌ଜୀବୀ ଦୁଶ୍ୟନ୍ତ ଦାଭେ ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମାରକୀ ବକ୍ତୃତା ପ୍ରଦାନ କରିବେ । ଏହି ଉତ୍ସବରେ ପ୍ରଫୁଲ୍ଲ ସାମନ୍ତରାଙ୍କୁ ସମାଜସେବା କ୍ଷେତ୍ରରେ ସମ୍ମାନୀତ କରିବାକୁ ନିଷ୍ପରି ହୋଇଥିବାବେଳେ ବରିଷ୍ଠ ସାମ୍ବାଦିକ ପ୍ରିୟରଞ୍ଜନ ସାହୁଙ୍କୁ ସ୍ମୃତି କମିଟି ପକ୍ଷରୁ ସମ୍ମାନୀତ କରାଯିବ। ମାନ୍ୟବର ରାଜ୍ୟପାଳ, ଓଡ଼ିଶା ହରି ବାବୁ କମ୍ଭମ୍‌ପତି ମୁଖ୍ୟ ଅତିଥି ଭାବେ ଏହି ଉତ୍ସବରେ ଯୋଗଦେବା ପାଇଁ ନିଜର ସମ୍ମତି ପ୍ରଦାନ କରିଥିବାବେଳେ ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ଲେଖକ ଦାଶ ବେନହୁର୍ ଯୋଗଦେବେ ବୋଲି ବରିଷ୍ଠ ସଦସ୍ୟ ଭୃଗୁ ବକ୍ସିପାତ୍ର ସୂଚନା ଦେଇଥିଲେ । ଜୟନ୍ତୀ ଉତ୍ସବରେ ପାକ୍ଷିକ ପତ୍ରିକା ‘ଲୋକନୀତି’ର ବିଶେଷ ସଂସ୍କରଣ ସହିତ ଉତ୍ସବର ରୌପ୍ୟ ଜୟନ୍ତୀ ଉପଲକ୍ଷେ ହରିଶ୍ଚନ୍ଦ୍ରଙ୍କ ବକ୍ତିପାତ୍ରଙ୍କ ଉପରେ ଏକ ପୁସ୍ତକ ସଂକଳନ ଉନ୍ମୋଚନ କରାଯିବ । ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶତାୟୁ ପୁରୁଷ ପଦ୍ମଚରଣ ନାୟକ, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ସୁବ୍ରତ ନନ୍ଦ, ସୁବାସ ଦାସ, ଦିଲ୍ଲୀପ ଦାଶଶର୍ମା, ଅମର ପ୍ରସାଦ ମିଶ୍ର, ଉପେନ୍ଦ୍ର ପାଢ଼ୀ, ପ୍ରଫୁଲ୍ଲ ଦାସ, ରାଇମୋହନ ପଟ୍ଟନାୟକ, ସୁଧେନ୍ଦୁ ରାଉତରାୟ, ବିକାଶ ଗିରି, ଚିତ୍ତରଞ୍ଜନ କର, ରବି ନାହାକ, ସିରାଜୁଦ୍ଦିନ ଅଲ୍ଲୀ, ଦୟାନିଧ୍ଵ ରାଉତ, ରାମମୂର୍ତି ପାତ୍ର, ଗନ୍ଧର୍ବ ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସମ୍ପାଦିକା ଡ. ଲୋପାମୁଦ୍ରା ବକ୍ତିପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *