ହିଲ୍ ଟପ୍ ମହାବିଦ୍ୟାଳୟ ରେ ବନ୍ଦେ ମାତରଂ କାର୍ଯ୍ୟକ୍ରମ । ଗଜପତି(ମନୋଜ ପାଢୀ)ମୋହନା ହିଲ ଟପ +2 ଓ +3 ମହାବିଦ୍ୟାଳୟ ମୋହନା ର ମିଳିତ ଆନୁକୂଲ୍ୟରେ ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତରମ ର 150 ବର୍ଷ ପୂର୍ତ୍ତି ଉପଲକ୍ଷେ ସାମୁହିକ ବନ୍ଦେ ମାତରମ ସଙ୍ଗୀତ ଗାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ +2 ଅଧକ୍ଷ ଶ୍ରୀ ଭଗବାନ ବିଷୋୟୀ ଉଦଘାଟନ କରିବା ସହ ସମସ୍ତ ଅଧ୍ୟାପକ, କର୍ମଚାରୀ ଓ ଛାତ୍ର ଛାତ୍ରୀ ଏହି ସଙ୍ଗୀତ ଗାନ ଉତ୍ସବ ରେ ଯୋଗଦାନ କରିଥିଲେ । ବନ୍ଦେ ମାତରମ ରାଷ୍ଟ୍ରୀୟ ସଙ୍ଗୀତ ର 150 ବର୍ଷ ପୂର୍ତ୍ତି ଉପଲକ୍ଷେ ହିଲ ଟପ ମହାବିଦ୍ୟାଳୟ ମୋହନା ର +2 ଓ +3 ବିଭାଗ ଦ୍ୱାରା ସଙ୍ଗୀତ ଗାନ ଅବସର ରେ ।
