ଦିଲ୍ଲୀ ବିସ୍ଫୋରଣ ପରେ ପୁରୀରେ ଉଚ୍ଚ ସତର୍କତା: ସମୁଦ୍ରତଟ ଓ ଶ୍ରୀମନ୍ଦିର ଅଞ୍ଚଳରେ ବିଶେଷ ସତର୍କତା
ପୁରୀ, ୧୦ ନଭେମ୍ବର: ଦିଲ୍ଲୀ ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ପରେ ପୁରୀ ଜିଲ୍ଲା ପ୍ରଶାସନ ଓ ପୁଲିସ ଉଚ୍ଚ ସତର୍କ ଜାରି କରିଛି। ପୁରୀ ଏସପି ଜଣାଇଛନ୍ତି ଯେ, ସମୁଦ୍ରତଟ, ଶ୍ରୀମନ୍ଦିର, ରେଲୱେ ଷ୍ଟେସନ୍ ଓ ବସ ଷ୍ଟାଣ୍ଡ ଅଞ୍ଚଳରେ ବିଶେଷ ପହାରା ଓ ନିଗରାନୀ ବଢ଼ାଯାଇଛି।ଏସପିଙ୍କ ନିର୍ଦ୍ଦେଶାନୁସାରେ, ସମସ୍ତ IIC (ଇନ୍ଚାର୍ଜ୍ ଅଫିସରମାନେ) କୁ ଉଚ୍ଚ ସତର୍କ ରହି ନିୟମିତ ପ୍ୟାଟ୍ରୋଲିଂ ବଢ଼ାଇବାକୁ କୁହାଯାଇଛି। ସମୁଦ୍ରତଟ, ରାସ୍ତା ଓ ହାଇୱେ ଅଞ୍ଚଳରେ ପୁଲିସ ଓ ସିଆଇଡି ଟିମ୍ମାନେ ନିୟମିତ ଯାତାୟାତ ତଦନ୍ତ କରୁଛନ୍ତି।ଶ୍ରୀଜଗନ୍ନାଥ ମନ୍ଦିର ଓ ପରିସରରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ହୋଇଛି। ରେଲୱେ ଷ୍ଟେସନ୍ ଓ ବସ ଷ୍ଟାଣ୍ଡରେ ବ୍ୟାଗ ତଦନ୍ତ ଓ ମେଟାଲ୍ ଡିଟେକ୍ଟର ମାଧ୍ୟମରେ ଚେକିଂ ଜୋରଦାର ହୋଇଛି।ପୁରୀ ଏସପି କହିଛନ୍ତି — “ଯେହେତୁ ଦିଲ୍ଲୀରେ ଗୁରୁତର ବିସ୍ଫୋରଣ ଘଟିଛି, ସେହିପରିସ୍ଥିତିରେ ଆମେ ପୁରୀ ଜିଲ୍ଲାରେ ଯେକୌଣସି ସନ୍ଦିଗ୍ଧ କାର୍ଯ୍ୟକଳାପ ଉପରେ ନିଗରାନୀ ରଖୁଛୁ। ଲୋକମାନେ ମଧ୍ୟ ସଜାଗ ରହନ୍ତୁ।”
