କୋରାପୁଟରେ ବସ ଓଲଟିଲା, ୫ ଆହତ

କୋରାପୁଟ ଜିଲ୍ଲାର ଅମିନଗୁଡ଼ା ଛକ ନିକଟରେ ଏକ ପର୍ଯ୍ୟଟକ ବସ ଓଲଟିଯାଇ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୫ ଜଣ ପର୍ଯ୍ୟଟକ ଆହତ ହୋଇଥିବା ସୂଚନା ମିଳିଛି।ଜଣାପଡ଼ିଛି, ବସ୍‌ଟି ଭୁବନେଶ୍ବରରୁ ପୁଂଜିଶିଲ ଜଳପ୍ରପାତ ବୁଲିବାକୁ ଆସୁଥିଲା। ଅମିନଗୁଡ଼ା ଛକ ନିକଟରେ ନିୟନ୍ତ୍ରଣ ହରାଇ ବସ ଓଲଟିଯାଇଥିଲା।ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲକୁ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *