ଘରୋଇ ହିଂସା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଶିକ୍ଷକ ସ୍ୱାମୀ ।ଗଜପତି:୮/୧୧(ମନୋଜ ପାଢୀ) ଗଜପତି ଜିଲ୍ଲା ରାମଗିରି ଥାନା ଅଂଚଳରେ ଘଟିଥିବା ଏକ ଘରୋଇ ହିଂସା ଘଟଣାରେ ଦୋଷୀ ସାବ୍ୟସ୍ତ ହେଲେ ଶିକ୍ଷକ ସ୍ବାମୀ l ସୂଚନାଯୋଗ୍ୟ, ଏହିକି ଯେ ଗତ ୦୭-୧୨-୨୦୨୨ ରିଖ ସନ୍ଧ୍ୟା ସମୟରେ ଯେତେବେଳେ ଏତଲାକାରିଣୀ ସୁମଲତା ପାଳକ ନିଜ ଝିଅ ସହ ରାମଗିରିସ୍ଥିତ ଏସ.ଏସ.ଡ଼ି. ଉଚ୍ଚ ବିଦ୍ୟାଳୟସ୍ଥିତ ନିଜ ସ୍ୱାମୀ ସୁରେଶ ଚନ୍ଦ୍ର ନିଲାପୁଙ୍କ କ୍ୱାଟରକୁ ଝିଅର ପାଠପଢ଼ା ତଥା ଆନୁସଙ୍ଗିକ ଖର୍ଚ୍ଚ ପାଇଁ ପଇସା ମାଗିବା ପାଇଁ ଯାଇଥିଲେ; ସେତେବେଳେ ତାଙ୍କୁ ତାଙ୍କର ଅଭିଯୁକ୍ତ ସ୍ୱାମୀ ଅଚାନକ ସେଠାରେ ଆସିଥିବା ଦେଖି ଆଶ୍ଚର୍ଯ୍ୟ ହେବା ସହ ବିଭିନ୍ନ କଥାକୁ ନେଇ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ। ପରେ ଏତଲାକାରିଣୀଙ୍କ ଚୁଟି ଘୋଷାଡ଼ି ତାଙ୍କୁ ତଳେ ପକାଇ ରକ୍ତାକ୍ତ କରିଦେଇଥିଲେ। ଯାହାଫଳରେ ଏତଲାକାରିଣୀ ବେହୋସ ହୋଇଯାଇଥିଲେ ଓ ପରେ ପାରଳାଖେମୁଣ୍ଡି ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲେ। ପରେ ଡାକ୍ତରଖାନାରୁ ଫେରିବା ପରେ ଏତଲାକାରିଣୀ ମାମଲା ନମ୍ବର ୫୧ରେ ଏକ ମାମଲା ରାମଗିରି ଥାନାରେ ଉପରୋକ୍ତ ଅଭିଯୁକ୍ତଙ୍କ ନାମରେ ରୁଜୁ କରିଥିଲେ ଓ ତତ୍କାଳୀନ ସବ-ଇନ୍ସପେକ୍ଟର ଲୋକନାଥ ବେହେରା ଉକ୍ତ ମାମଲାର ତଦନ୍ତ କରି ଆସାମୀଙ୍କୁ କୋର୍ଟ ଚାଲାଣ କରିଥିଲେ।୧୫ଜଣ ସାକ୍ଷୀଙ୍କ ବଳିଷ୍ଠ ବୟାନ ତଥା ପ୍ରମାଣକୁ ଭିତ୍ତି କରି ଏହି ମାମଲାର ଶୁଣାଣି କରି ମାନ୍ୟବର ସିନିୟର ସିଭିଲ ଜଜ ତଥା ଜେଏମ୍ଏଫସି ସୌଦାମିନୀ ବିଶ୍ୱାଳ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୨୩ରେ ଉକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ପ୍ରବେଶନ ଅଫ ଅଫେଣ୍ଡର୍ସ ଆକ୍ଟର ଧାରା ୩ ଅନୁଯାୟୀ ଭର୍ତ୍ସନା କରି ଏ ଭଳି କାର୍ଯ୍ୟରୁ ଭବିଷ୍ୟତରେ ନିବୃତ୍ତ ରହିବା ପାଇଁ କଡ଼ା ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ, ଏହି ମାମଲା ଏକ ପାରିବାରିକ ମାମଲା ହୋଇଥିବାରୁ ଭବିଷ୍ୟତର ଦାମ୍ପତ୍ୟ ଜୀବନ ତଥା ପିଲାର ଭବିଷ୍ୟତକୁ ନଜରରେ ରଖି ଏହିପରି ଏକ ଦୃଷ୍ଟାନ୍ତମୂଳକ ନ୍ୟାୟ ଶୁଣାଇଛନ୍ତି ମାନ୍ୟବର ବିଚାରପତି। ସରକାରଙ୍କ ପକ୍ଷରୁ ଏପିପି ହରିକୃଷ୍ଣ ପ୍ରଧାନ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *