ଗୁରୁପାଲି ସଂସ୍କୃତ ବିଦ୍ୟାଳୟ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ଭେଡେନ ବ୍ଳକ ଅଏଁଲାପାଲି ଗ୍ରାମ ପଞ୍ଚାୟତ ଗୁରୁପାଲି ଗ୍ରାମର ସଂସ୍କୃତ ବିଦ୍ୟାଳୟ ଠାରେ ଗୁରୁପାଲି ଗ୍ରାମବାସୀ ଓ ଅମୃତ୍ କୁଟୁମ୍ ର ମିଳିତ ଆନୁକୁଲ୍ୟରେ ସ୍ଵର୍ଗତ ସୁଦାମ ଖେତି ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅମୃତ କୁଟୁମ୍ ର ୫୬ତମ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର କୁ ସୁଦାମ୍ ଖେତି ଙ୍କର ପିତା ଶ୍ରୀମାନ ଈଶ୍ବର ଖେତି କର କମଳରେ ଫିତା କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଶିବିର ରେ ତିନି ଜଣ ମହିଳା ରୁବି ବେହେରା, ପଦ୍ମିନୀ ବେହେରା, ଓ ବର୍ଷାରାଣି ସାହୁ ଙ୍କ ସମେତ ସର୍ବମୋଟ୍ ୨୭ ୟୁନିଟ୍ ରକ୍ତ ସଂଗ୍ରହ ହେଲା। ବୀରସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ ବୁର୍ଲା ରକ୍ତ ଭଣ୍ଡାର ଡାକ୍ତର ଅଜୟ କୁମାର ବିଶି, ଲାଲୁ ବିଶ୍ବାସ, ଜନକ ବେହେରା, ସୁର୍ଯ୍ଯନାରାୟଣ ବେହେରା, ଗଣେଷ ଚନ୍ଦ୍ର ପଧାନ ଦ୍ବାରା ରକ୍ତ ସଂଗ୍ରହ କରିଥିଲେ । ଅମୃତ୍ କୁଟୁମ୍ ତରଫରୁ ଗୁରୁପାଲି ଗ୍ରାମବାସୀ ଙ୍କୁ ଏକ ସ୍ମାରକ ମାନପତ୍ର ଗୁଲଠୁ ଖେତି, ଈଶ୍ବର ଖେତି, କ୍ଷମାନିଧି ନାଏକ ଙ୍କୁ ପ୍ରଦାନ କରାଗଲା।ଅମୃତ୍ କୁଟୁମ୍ ସଭାପତି ଶ୍ରୀଯୁକ୍ତ ଆନନ୍ଦ ଚନ୍ଦ୍ର ସୁନା ଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।ଏହି କାର୍ଯ୍ୟକ୍ରମ କୁ ଅମୃତ୍ କୁଟୁମ୍ ର ସକ୍ରିୟ ସଦସ୍ୟ ତଥା ସଂପାଦକ ଭିଷ୍ମସିଂ ଛନ୍ଦ, କରୁଣାକର ନାଏକ, ମନୋଜ ବେହେରା, ବଂଶିଧର ବେହେରା, ଶଶି ଭୂଷଣ ପାଣିଗ୍ରାହୀ, ମନୋଜ କର୍ମି ଓ ଗୁରୁପାଲି ଗ୍ରାମବାସୀ ଭଗବାନ କର୍ମି, ବିକାଶ ନାଏକ, ରଶ୍ମି ଖେତି, ରଂଜନ ବେହେରା, ଝସକେତନ୍ ଖେତି, ରମେଶ ସେଠ, ପରିଚାଳନା ରେ ସହଯୋଗ କରିଥିଲେ।ପରିଶେଷରେ ଶଶି ଭୂଷଣ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *