ବରିଷ୍ଠ ନାଗରିକ ସଂଘ ସମ୍ପାଦକ ରଘୁନାଥ ପାଣିଗ୍ରାହୀଙ୍କ ପରଲୋକ
ସୁନାବେଡା, ( ଚନ୍ଦନ ପ୍ରସାଦ): ସେମିଳିଗୁଡ଼ା ବରିଷ୍ଠ ନାଗରିକ ସଂଘର ସାଧାରଣ ସମ୍ପାଦକ ରଘୁନାଥ ପାଣିଗ୍ରାହୀଙ୍କ ୭୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ସେମିଳିଗୁଡ଼ା ସତ୍ୟନଗର ସ୍ଥିତ ନିଜ ବାସଭବନରେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତାରେ ଭୋଗି ଚାଲିଯାଇଥିଲେ।ତାଙ୍କ ଜୀବନରେ ବରିଷ୍ଠ ନାଗରିକ ସଂଘର ସୁଦୃଢ଼ ଗଠନ ଓ ସାମାଜିକ ସଚେତନତାରେ ତାଙ୍କ ଅବଦାନ ଅତୁଳନୀୟ ରହିଛି। ଶେଷ ସମୟରେ ତାଙ୍କ ୨ ପୁଅ ଓ ବୋହୁ ଉପସ୍ଥିତ ଥିଲେ।ଶେଷ ଯାତ୍ରା ସମୟରେ ସୁନାବେଡା ଓ ସେମିଳିଗୁଡ଼ା ଅଞ୍ଚଳର ଶତାଧିକ ବରିଷ୍ଠ ନାଗରିକ, ସାମାଜିକ କର୍ମୀ ଓ ବିଭିନ୍ନ ସଂସ୍ଥାର ପ୍ରତିନିଧିମାନେ ସାମିଲ ହୋଇ ଶୋକ ଜଣାଇଲେ।
