– ପୂହୁଣ୍ଡିରେ “ଜ୍ଞାନବୃଦ୍ଧି ପାଠଶାଳା” — ଆଦିତ୍ୟ ଆଲୁମିନା ରିଫାଇନେରୀ ତରଫରୁ ଶିକ୍ଷାରେ ନୂଆ ଆଲୋକ

ରାୟଗଡ଼ା-୮-୧୧-୨୫ -(ପ୍ରଫୁଲ୍ଲ କୁମାର ବେହେରା) ପୂହୁଣ୍ଡି ଗ୍ରାମରେ ଆଦିତ୍ୟ ଆଲୁମିନା ରିଫାଇନେରୀ ତରଫରୁ “ଜ୍ଞାନବୃଦ୍ଧି ପାଠଶାଳା” ଉଦଯାପିତ ହେଲା। ଶିଶୁମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ଓ ଉତ୍ସାହ ବଢ଼ାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ପ୍ରଥମ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। ରିଫାଇନେରୀ ପକ୍ଷରୁ ଶିଶୁମାନଙ୍କୁ ଖାତା, ପେନ, ପେନସିଲ ଓ ଶିକ୍ଷା ସାମଗ୍ରୀ ବଣ୍ଟନ କରାଗଲା।ଅବସରରେ ୟୁନିଟ୍ ହେଡ୍ ମଜହର ବେଗ, ଏଚଆର୍ ହେଡ୍ ଦୀପକ ମହାନ୍ତି, ସିଏସଆର୍ ଏବଂ ଆର୍‌ଆର୍‌ ହେଡ୍ ତନ୍ମୟ ମହାନ୍ତି, ଜେଷ୍ଠ ଶିକ୍ଷାବିଦ୍ ଅର୍ଜୁନ ଝୋଡିଆ ଓ ଶିକ୍ଷକ ଶ୍ରୀଧର ଝୋଡିଆ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମକୁ ସିଏସଆର୍ ବିଭାଗ ସୁଚାରୁ ଭାବେ ପରିଚାଳନା କରିଥିଲେ।ଉଦ୍ବୋଧନରେ ମଜହର ବେଗ କହିଥିଲେ — “ଶିକ୍ଷା ହେଉଛି ସବୁଠୁ ବଡ଼ ଶକ୍ତି। ଆମର ଉଦ୍ୟମ ହେଉଛି ଗ୍ରାମକୁ ଶିକ୍ଷିତ ଓ ସଚେତନ କରିବା।”ଗ୍ରାମବାସୀମାନେ ଆଦିତ୍ୟ ଆଲୁମିନା ପ୍ରତି ଆଭାର ପ୍ରକାଶ କରି କହିଥିଲେ — “ଏହି ପ୍ରୟାସ ଆମ ପିଲାମାନଙ୍କ ଭବିଷ୍ୟତକୁ ନୂଆ ଦିଗ ଦେଇଛି।”ସନ୍ଧ୍ୟାର ଆଲୋକରେ ଯେତେବେଳେ ଶିଶୁମାନେ ନୂଆ ଖାତା ନେଇ ଘରକୁ ଫେରୁଥିଲେ, ଗ୍ରାମରେ ଜ୍ଞାନ ଓ ଆଶାର ଆଲୋକ ଦେଖାଦେଉଥିଲା।

Leave a Reply

Your email address will not be published. Required fields are marked *