ଚାଲାଣ ପୂର୍ବରୁ ୪୫୦ କିଲୋ ଗଂଜେଇ ଜବତ

ମାଲକାନଗିରି: ଗଂଜେଇ ଚାଲାଣ ରୋକିବାରେ ମାଲକାନଗିରି ପୁଲିସ ଆଉଥରେ ସଫଳ ହୋଇଛି। ଏମଭି-୭୯ ପୁଲିସ ଦଳ ତେଲରାଇ ଗ୍ରାମ ନିକଟରେ ବିଶେଷ ଚଢ଼ଉ କରି ୪୫୦ କିଲୋ ଗଂଜେଇ ଜବତ କରିଛି।ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପାଟ୍ରୋଲିଂ କାର୍ଯ୍ୟ ସମୟରେ ବିଶେଷ ଖବର ମିଳିଲା ଯେ ଜଂଗଲ ଅଞ୍ଚଳରେ ବହୁ ପରିମାଣରେ ଗଂଜେଇ ଡମ୍ପ କରାଯାଇଛି। ସୂଚନା ମିଳିବାସହିତ ଏସଆଇ ଗିରିଜା ଶଂକର ସାରକାଙ୍କ ନେତୃତ୍ୱରେ ପୁଲିସ ଦଳ ସ୍ଥଳରେ ଚଢ଼ଉ କରି ବହୁ ମାତ୍ରାର ଗଂଜେଇ ଜବତ କରିଥିଲେ।ଘଟଣା ସମ୍ବନ୍ଧରେ ଅଭିଯୁକ୍ତଙ୍କ ଶୋଧ ଜାରି ରହିଛି ଓ ଏହି ଅଭିଯାନ ମାଧ୍ୟମରେ ଗଂଜେଇ ଚାଲାଣ ଚକ୍ରରେ ଜଡିତ ବଡ଼ ଚକ୍ରକୁ ଧରିବାର ପ୍ରୟାସ ଚାଲିଛି ବୋଲି ପୁଲିସ ପକ୍ଷରୁ ଜଣାଯାଇଛି।

Leave a Reply

Your email address will not be published. Required fields are marked *