କଟକରେ ପୁରୁଣା କୋଠା ଭୁଶୁଡ଼ି, ୩ ଜଣଙ୍କ ମୃତ୍ୟୁ

କଟକ, ୮ ନଭେମ୍ବର: କଟକ ସହରର ବକ୍ସିବଜାର ଅଞ୍ଚଳରେ ଏକ ପୁରୁଣା କୋଠା ଭୁଶୁଡ଼ି ୩ ଜଣ ନିବାସୀଙ୍କ ମୃତ୍ୟୁ ହୋଇଛି। ଘଟଣା ମଣିସାହୁ ଛକ ନିକଟସ୍ଥ ହାଡ଼ିବନ୍ଧୁ ସ୍କୁଲ ପାଖରେ ଘଟିଥିଲା।ପ୍ରାଥମିକ ସୂଚନା ଅନୁସାରେ, ପୁରୁଣା ଓ ଜର୍ଜରିତ ହୋଇଥିବା ଘର ଆଜି ସକାଳେ ଅଚାନକ ଭାବେ ଭୁଶୁଡ଼ି ପଡ଼ିଲା। ସେହି ସମୟରେ ବସ୍ତି ନିକଟରେ ଥିବା ୩ ଜଣ ବ୍ୟକ୍ତି ଘର ତଳେ ଚାପି ଯାଇଥିଲେ। ଅଗ୍ନିଶମ ବାହିନୀ ଏବଂ ପୁଲିସ ଦଳ ଘଟଣାସ୍ଥଳକୁ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।ସ୍ଥାନୀୟ ଲୋକଙ୍କ ସହଯୋଗରେ ମୃତଦେହ ଉଦ୍ଧାର କରାଯାଇଛି ଓ ଅନ୍ୟ ଆହତମାନଙ୍କୁ ହସ୍ପିଟାଲକୁ ପଠାଯାଇଛି। ଅଞ୍ଚଳରେ ଆତଙ୍କ ଓ ଶୋକର ଚାୟା ପ୍ରବଳ। ପୁଲିସ ଘଟଣାସ୍ଥଳରେ ରହି ଅନୁସନ୍ଧାନ କରୁଛି।

Leave a Reply

Your email address will not be published. Required fields are marked *