ସରକାରୀ ସହାୟତା ଅଟେକ୍ଷାରେ ଗରିବ ରୋଗୀ ।
ଗଜପତି(ମନୋଜ ପାଢୀ) ଗଜପତି ଜିଲ୍ଲା ମୋହନା ବ୍ଲକ, କର୍ଚ୍ଚବାଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାରିକୁଟି ଗ୍ରାମର ରାଜେଶ୍ୱରୀ ମଲ୍ଲିକ ଅଜଣା ରୋଗରେ ପଡ଼ି ବର୍ତ୍ତମାନ ଶଯ୍ୟାଶାୟୀ ଅବସ୍ଥାରେ l ସ୍ୱାମୀ-ଜଳେନ୍ଦ୍ର ମଲ୍ଲିକ ପ୍ରାୟ ଦୁଇ ବର୍ଷ ପୂର୍ବେ ଦାଦନ ଖଟିବାକୁ ଯାଇ ମୃତ୍ୟୁ ବରଣ କରିଥିବା ବେଳେ ବର୍ତ୍ତମାନ ରାଜେଶ୍ୱରୀ ଙ୍କ ଏପରି ଅବସ୍ଥା ଦେଖି ଦୁଃଖ ପ୍ରକାଶ କରିବା ସହ lଚିକିତ୍ସା ପାଇଁ ଅର୍ଥର ସଂକଟ ଦେଖାଦେଉଥିବା ବେଳେ ବାପ ଛେଉଣ୍ଡ ତାଙ୍କ ଚାରିଟି ପୁଅ ଗୋଟିଏ ଝିଅ କିପରି ପାଠ ପଢ଼ିବା ସହ ସୁରୁଖୁରୁରେ ବଞ୍ଚି ପାରିବେ ଏଥିପାଇଁ ସରକାର ତଥା ପ୍ରଶାସନ ଙ୍କୁ ଅନୁରୋଧ କରିଛନ୍ତି ଯୁବ ନେତା ତଥା ସମାଜ ସେବୀ ।
