ବାଡ଼ି ମାହା ଗ୍ରାମରେ ୧୫ ଆଦିବାସୀ ପରିବାରର ସରକାରୀ ଯୋଜନାରୁ ବଞ୍ଚିତ …..
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଚାକାପାଦ ବ୍ଲକ୍ ବପଲମେଣ୍ଡି (ବି) ବାହାଡ଼ା ସାହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୧ ନମ୍ବର ଓ୍ବାର୍ଡର ବାଡ଼ି ମାହା ଗୁଡ୍ରୀପାକା ଗ୍ରାମରରେ ଘଞ୍ଚ ଜଙ୍ଗଲ ଘେରରେ ରହୁଥିବା ୧୫ ଗୋଟି ଆଦିବାସୀ ପରିବାର ଆସୁଥିବା ସରକାର ଯୋଜନାରେ ବଞ୍ଚିତଥିବା ଦେଖିବାକୁ ଦେଖିବାକୁ ମିଳିଛି । ଏହି ବାଡ଼ି ମାହା ଗୁଡ୍ରୀପାକା ଗ୍ରାମରେ ରହୁଥିବା ୧୫ ଗୋଟି ଆଦିବାସୀ ପରିବାର ପ୍ରଧାନମନ୍ତ୍ରୀ ଆବାସ ହେଉବା ଅନ୍ତୋଦୟ ଗୃହ ମଧ୍ୟ କୈାଣସି ଲୋକେ ପାଇ ନାହାନ୍ତି । ସେହି ଝୁପୁଡି ଘରେ ରହି ପୁଅଝିଅ ମାନଙ୍କୁ ଧରି ଜିବନ ଜାପନ କାଟୁଛନ୍ତି। ଭାରତ ସ୍ବାଧୀନ ହେବାରେ ୭୯ ବର୍ଷ ବିତିଗଲା ପରେ ମଧ୍ୟ ବିଜୁଳି ଆଲୋକ ଦେଖି ନାହାଁନ୍ତି ଏହି ଗ୍ରାମବାସୀ । ଲାଇନ୍ ନଥିବାରୁ ନିଜେ ସଲାର ଲାଇଟି କିଣିଆଣି ଲାଇଟି ଲଗାଇ ଆଲୁଅରେ ପାଠ ପଢ଼ୁଛନ୍ତି ଛାତ୍ର ଛାତ୍ରୀ ମାନେ । ଲାଇନ୍ ଆସିନାହିଁ କିନ୍ତୁ ବିଦ୍ୟୁତ ବକେୟା ପୈଠ କରିବାପାଇଁ ବିଲ୍ ତାଙ୍କ ପାଖକୁ ଆସିଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଉକ୍ତ ବାଡ଼ି ମାହା , ଗୁଡ୍ରୀପାକା ଗ୍ରାମରେ ଆଜି ପ୍ରୋର୍ଯ୍ୟନ୍ତ କୈାଣସି ପ୍ରକାରେ ବିଶ୍ବଦ୍ଧ ପିଇବା ପାନୀୟଜଳ ବେବସ୍ଥା ସରକାର ତରଫରୁ ହୋଇ ପାରିନାହିଁ। ଦିର୍ଘବର୍ଷ ହେବ ସରକାର ଙ୍କ ତରଫରୁ ଗ୍ରାମରେ ନଳକୂପ ଗୋଟେ ଖୁଖୋଳା ଯାଇଥିଲା କିନ୍ତୁ ସେହି ନଳକୂପ ଗୋଳିଆ ଓ ରଙ୍ଗ ପାଣି ବାହାରୁ ଥିବାରୁ ପାଣି ଖାଇବା ପିଇବା ସମ୍ଭବ ହୋଇ ପାରୁନାହିଁ ଏବଂ ଯରାଜିର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ବାଡ଼ି ମାହା, ଗ୍ରାମର ଆଦିବାସୀ ଲୋକମାନେ ବର୍ତ୍ତମାନ ସୁଦ୍ଧା ପିଇବା ଖାଇବା ଗାଧୋଇବା ପାଇଁ ୨ କିଲୋମିଟର ଦୁରରେ ଥିବା ଗାନ୍ଦାସୁଗା ଜଙ୍ଗଲ ରୁ ଆସୁଥିବା ଝରାଣା ପାଣିକୁ ୧୫ ଗୋଟି ଆଦିବାସୀ ପରିବାର ଚାନ୍ଦାକରି ଏକଲକ୍ଷ ଉର୍ଦ୍ଧଟଙ୍କା ଖର୍ଚ୍ଚକରୀ ୧୫୦ ଗୋଟି ପାଇପ୍ କିଣିଆଣି ଗ୍ରାମକୁ ପାଣିଆଣି ପିଉଛନ୍ତି ଏବଂ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ବାଡ଼ି ମାହା ଗ୍ରାମକୁ ଜିବା ପାଇଁ ଭଲ ରାସ୍ତାଟିଏ ନାହିଁ ଯାହା ଫଳରେ ଛାତ୍ରଛାତ୍ରୀ ମାନେ ଜଙ୍ଗଲରେ ଚାଲି ଚାଲି ଜିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ନଥିବାରୁ ୩ କିଲୋମିଟର ଦୂରରେ ଥିବା ଅଲାରସାହି ଅଙ୍ଗନବାଡି କେନ୍ଦ୍ରକୁ ପାଠ ପଢ଼ିବାପାଇଁ ଚାଲିଚାଲି ଯାଉଛନ୍ତି କମଳ ମତି ଶିଶୁ ମାନେ । ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ଚକାପାଦ ବ୍ଲକ୍ ଠାରୁ ବପଲମେଣ୍ଡି (ବି) ପଞ୍ଚାୟତ ମାତ୍ର ୧୦ କିଲୋମିଟର ଦୁରତାରେ ଥାଇ ମଧ୍ୟ ଦିପତଳ ଅନ୍ଧାର ହୋଇ ପଡ଼ିଛି। ଏହି ପଞ୍ଚାୟତର ଅଧିନରେ ଥିବା ୧୪ ଗୋଟି ଓ୍ବାର୍ଡରେ ୮ ଗୋଟି ରେଭିନ୍ୟୁ ଗ୍ରାମ ରହିଅଛି କିନ୍ତୁ ୧୧ ନମ୍ବର ଓ୍ବାର୍ଡରୁ ଅଲାରସାହି, ଡାଡ୍ରୀସାହି, କେଞ୍ଜାଗୁଡା, ବାଡି ମାହା, ଗୁଡ୍ରୀପାକା ସରକାରୀ ଖାତାରେ ଉଭାନ ହୋଇଥିବା ଜଣାପଡିଛି। ଏହି ବିଷୟରେ ବାଡ଼ି ମାହା, ଏବଂ ଗାଡ୍ରିପାକା ଗ୍ରାମର ୧୫ ଗୋଟି ଆଦିବାସୀ ପରିବାର ଦିର୍ଘବର୍ଷ ଦ୍ଧରୀ ପଞ୍ଚାୟତ ସରପଞ୍ଚ ଶ୍ରୀମତି ସୁନିତା କହଁର, ଠାରୁ ଆରମ୍ଭ କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ହୃଦୟ ରଞ୍ଜନ ସାରୁ , ଜିଲ୍ଲାପାଳ ବେଦଭୁଶଣ ଏବଂ ବିଧାୟକ ଶ୍ରୀଯୁକ୍ତ ଉମାଚରଣ ମଲ୍ଲିକ ଙ୍କୁ ଦେଲେଣି ହେଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୈାଣସି ପ୍ରକାରେ ସରକାରଙ୍କ ସୁବିଧା ପାଇବାରେ ବାଞ୍ଛିତ ଥିବା ଗ୍ରାମବାସୀ ସୁଦର୍ଶନ କହଁର, ଗଙ୍ଗାଧର ପ୍ରଧାନ, ସାରଙ୍ଗଧର ପ୍ରଧାନ, ଯାଆନା କହଁର, ବିଲା କହଁର, ଚନ୍ଦ୍ରମା ପ୍ରଧାନ, ସିଦ୍ଧାନ୍ତ କହଁର, ଶଚିନ୍ଦ୍ର ପ୍ରଧାନ, ସତ୍ୟନାରାୟଣ କହଁର, ଶ୍ରୀକାନ୍ତ କହଁର, ନାଥ କହଁର, ପାର୍ବତୀ ପ୍ରଧାନ, ଅଭିଯୋଗ କରିଛନ୍ତି। ଏନେଇ ଆମେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ହୃଦୟ ରଞ୍ଜନ ସାହୁଙ୍କୁ ପଚାରିଥିଲୁ ବିଡ଼ିଓ କହିଥିଲେ ଯେ ମୁଁ ସେହି ଗ୍ରାମକୁ ଯାଇ ଦେଖିଥିଲି ଯେ ପାଣିର ବ୍ୟବସ୍ଥା ଗୋଟାଏ ନଳକୂପ ରହିଛି , ପାଣିର ସମସ୍ୟା ରହିଛି, ଲାଇଟ୍ ନାହିଁ , ଭଲରାସ୍ତା ମଧ୍ୟ ନାହିଁ ତେଣୁ ଏହାର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି।
