ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଜାତୀୟ ସଙ୍ଗୀତ ବନ୍ଦେ ମାତରଂ ର ସମୂହ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଗଜପତି(ମନୋଜ ପାଢୀ) ବିଦ୍ୟାଳୟରେ ପୂର୍ବାହ୍ନ ୧୦ ଟା ସମୟରେ ଏହି ଜାତୀୟ ସଙ୍ଗୀତ ବନ୍ଦେ ମାତରଂ ର ସମୂହ ଗାନ ହୋଇଥିଲା ।ବିଦ୍ୟାଳୟର ଦୈନିକ ପ୍ରାର୍ଥନା ପରେ ପରେ ଏହି ସଂଗୀତ ଗାନ ରେ ବିଦ୍ୟାଳୟର ସମସ୍ତ ଛାତ୍ର ଓ ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ଥିଲେ ।ସଂଗୀତ ଗାନ ସମୟରେ ବିଦ୍ୟାଳୟ ପରିବେଶ ଏକ ଦେଶ ପ୍ରେମ୍ ଜାଗୃତ ମନୋଭାବ ସୃଷ୍ଟି ହୋଇଥିଲା ।ବିଦ୍ୟାଳୟର ଶିକ୍ଷକ ଶ୍ରୀ ଜଗନ୍ନାଥ ପଟ୍ଟନାୟକ କହିଥିଲେ ଯେ ଏହି ବନ୍ଦେ ମାତରଂ ସଙ୍ଗୀତ ଗାନ କରିବା ଦ୍ୱାରା ମନରେ ଏକ ପ୍ରେରଣା ଦାୟକ ଦେଶ ପ୍ରୀତି ମନୋଭାବ ଯାହାକି ଛାତ୍ରଛାତ୍ରୀ ତଥା ଯୁବ ଗୋଷ୍ଟି ମଧ୍ୟରେ ଜାତୀୟତା ଭାବ , ଏକତା ଭାବ ଏବଂ ଦେଶ ଅଖଣ୍ଡତା ଓ ସଂଘତି ରକ୍ଷା କରିବାରେ ସଙ୍ଗିତଟି ଉଦ୍ଧିଷ୍ଟ । ଏହାଦ୍ବାରା ପିଲାଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ ହେବ ଏବଂ ଦେଶ ମାତୃକା ସେବା କରିବା ପାଇଁ ସେମାନେ ବ୍ରତୀ ହେବାରେ ସହାୟକ ହେବେ ବୋଲି କହିଥିଲେ ।ସେହିଭଳି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ସୁଲତା ପ୍ରିୟଦର୍ଶିନୀ , ଏହି ସଂଗୀତ ମଧ୍ୟରେ ରହିଥିବା ଦେଶପ୍ରେମ ଜାଗୃତି ଉପରେ କହିଥିଲେ ଯେ , ଏହି ସଂଗୀତ ବିଭିନ୍ନ ବର୍ଗର , ବିଭିନ୍ନ ଜାତିର ଏବଂ ବିଭିନ୍ନ ଧର୍ମର ଲୋକ ମାନଙ୍କୁ ଏକତ୍ରିତ କରାଇ ନିଜ ଭିତରେ ଏକ ଦେଶାତ୍ମକ ବୋଧ ଭାବନାକୁ ଉଦ୍ରେକ କରିବା ପାଇଁ ଉଦ୍ଧିଷ୍ଟ ।ଆଜିର ଛାତ୍ରଛାତ୍ରୀ ଓ ଯୁବ ସମାଜ ଯେଉଁ ମାନଙ୍କ କି ମନରେ ଏହି ଭାବନା ଆସ୍ତେ ଆସ୍ତେ ଦୂରେଇ ଯାଉଛି ଓ ଶୋଇ ପଡୁଛି । ପ୍ରତିଦିନ ଏହି ବନ୍ଦେ ମାତରଂ ଜାତୀୟ ବୋଧ ସଙ୍ଗୀତ ଗାନ କରିବା ଦ୍ୱାରା ଯେଉଁ ଲୋମା ହର୍ଷଣକାରୀ ପଦ ଏଥିରେ ବ୍ୟବହାର ହୋଇଛି । ପ୍ରକୃତରେ ତାହା ସେମାନଙ୍କ ମନରେ ଲୁପ୍ତ ପାଇ ଯାଉଥିବା ଜାତୀୟତା ଭାବକୁ ନିଶ୍ଚିତ ଭାବେ ଉଦ୍ରେକ କରିବ ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଡି: ଶ୍ରୀରାମ ମୂର୍ତ୍ତିଁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ୪ ଶହରୁ ଅଧିକ ଛାତ୍ରଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ଥିଲେ ।
