ନିଷ୍ଠା ପରିବାର ତରଫ ରୁ ଗୋଟିଏ ଦିନ ରେ ଦୁଇଟି ରକ୍ତ ଦାନ ଶିବିର ସର୍ବମୋଟ ୮୩ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଅଛି ।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୦୬-୧୧-୨୦୨୫ରିଖ (ଗୁରୁ ବାର)ପରମପୂଜ୍ୟ ଗୁରୁଜୀ ଶ୍ରୀ ଶ୍ରୀ ରବିଶଙ୍କର ଜୀ ଙ୍କ ଝାରସୁଗୁଡ଼ା ସୂ -ଆଗମନ ଅବସର ରେ ନିଷ୍ଠା ପରିବାର ଓ ଆର୍ଟ ଅଫ ଲିଭିଂ ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଜିଲ୍ଲା ମୂଖ୍ୟ ପ୍ରାଣୀ ଚିକିତ୍ସାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଲଏହି ଶିବିର ରୁ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୩ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଝାରସୁଗୁଡ଼ା ର ବିଶିଷ୍ଟ ସମାଜ ସେବୀ ଶ୍ରୀ ରାଜେଶ ପାଢ଼ୀ ସମ୍ବାନିତ ଅତିଥି ଭାବରେ ଯୋଗଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ନିଷ୍ଠା ପରିବାର ତରଫ ରୁ ଉପଦେଷ୍ଟା ଶ୍ରୀ ଆଶିଷ କର ଓ ସଭାପତି ଶ୍ରୀ ଅଶ୍ୱିନୀ ତ୍ରିପାଠୀ ଗୁରୁଜୀ ଶ୍ରୀ ଶ୍ରୀ ରବି ଶଙ୍କର ଜୀ ଙ୍କୁ ଏକ ସ୍ମୃତି ଫଳକ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରି ତାଙ୍କର ଦିବ୍ୟ ଦର୍ଶନ କରିଥିଲେ। ଠିକ୍ ସେହିପରି ନିଷ୍ଠା ପରିବାର ର ସଂଯୋଜକ ଲବ ସାହୁ ଓ ତାଙ୍କ ଭାଇ କୁଶ ସାହୁ ଙ୍କ ୨୬ତମ ଜନ୍ମ ଦିନ ଅବସର ରେ ବରଗଡ଼ ବ୍ଲକ ଅନ୍ତର୍ଗତ ସସ୍ତୁ ପାଲି ଗ୍ରାମ ରେ ସାହୁ ପରିବାର ଓ ନିଷ୍ଠା ପରିବାର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ଲବ କୁଶ ଙ୍କ ମାଁ ଭୂମି ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ।ସ୍ଵତନ୍ତ୍ର ଅତିଥି ଭାବରେ କୋଶଳ ହୀରୋ ଆକାଶ ପଣ୍ଡା,ସମ୍ମାନିତ ଅତିଥି ଭାବରେ ଏସ ଡୁମ୍ବେରପାଲି ସରପଞ୍ଚ ଯୋଗେଶ୍ୱର ସାହୁ, ଘନ ଶ୍ୟାମ ସାହୁ, ଚଉବର୍ଗ ପଧାନ, ଅବିନାଶ ବାଗ ପ୍ରମୂଖ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିର ରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୫୦ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଉଭୟ ଶିବିର କୁ ମିଶାଇ ସର୍ବମୋଟ ୮୩ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଉପରୋକ୍ତ ଉଭୟ ଶିବିର କୁ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ। ସମସ୍ତ ରକ୍ତ ଦାତା ସହଯୋଗୀ ଶୁଭେଛୁ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା। ଏବଂ ନିଆରା ଢଙ୍ଗ ରେ ନିଜର ଜନ୍ମ ଦିନ ପାଳନ କରିଥିବାରୁ ଲବ ଭାଇ ଓ କୁଶ ଭାଇ ଙ୍କୁ ବହୁତ ବହୁତ ଧନ୍ୟବାଦ ଓ ଜନ୍ମ ଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ପରିଶେଷ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ଲବ ସାହୁ ଙ୍କୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
