କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ, ୫ ଆହତ
ବ୍ରହ୍ମପୁର:ବରଗଡ଼ ଠାରୁ ବ୍ରହ୍ମପୁର ଯାଉଥିବା ଏକ ଯାତ୍ରୀବାହୀ ବସ ଆଜି ପ୍ରଭାତେ କଳିଙ୍ଗା ଘାଟିର ଅନ୍ଧାରକୋଟ ପୂର୍ବ ଏକ ବୁଲାଣିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ, ଅନ୍ୟ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି!
ସୂଚନା ଅନୁସାରେ, ବସଟି ନିୟନ୍ତ୍ରଣ ହାରାଇ ରାସ୍ତାରେ ଥିବା ବାରିକେଡକୁ ଧକ୍କା ମାରି ଗିରିଗଲା। ସ୍ଥାନୀୟ ଲୋକ ଓ ପୋଲିସ ସହଯୋଗରେ ଆହତମାନଙ୍କୁ ତୁରନ୍ତ ଦୁର୍ଗାପ୍ରସାଦ ହସ୍ପିଟାଲକୁ ଭର୍ତ୍ତି କରାଯାଇଛି।ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାରମ୍ଭିକ ଅନୁମାନ ଅନୁସାରେ, ବସ ଚାଳକ ଘାଟି ରାସ୍ତାରେ ନିୟନ୍ତ୍ରଣ ହାରାଇ ଦୁର୍ଘଟଣା ସୃଷ୍ଟି ହୋଇଥିବା ସମ୍ଭାବନା।
