ବିଶ୍ବ ବିଜୟିନୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ, ଭବ୍ୟ ସ୍ବାଗତ ସହ ବିଶ୍ବକପ ଯାତ୍ରା କାହାଣୀ ଶୁଣିଲେ

ପ୍ରଧାନମନ୍ତ୍ରୀ ମୋଦୀ, ଭାରତ ମହିଳା କ୍ରିକେଟ୍ ଟିମ୍, ବିଶ୍ବ ବିଜୟିନୀ,

ଦିଲ୍ଲୀ, ବିଶ୍ବକପ ଟ୍ରଫିସମ୍ପୂର୍ଣ୍ଣ ସମାଚାର:ନୂଆଦିଲ୍ଲୀ: ବିଶ୍ବ ବିଜୟୀ ଭାରତୀୟ ମହିଳା କ୍ରିକେଟ୍ ଟିମ୍‌କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭେଟିଲେ। ଦିଲ୍ଲୀର ଲୋକକଲ୍ୟାଣ ମାର୍ଗ ସ୍ଥିତ ନିଜ ବାସଭବନରେ ପୂରା ଦଳଙ୍କୁ ସ୍ବାଗତ କରିଥିଲେ ସେ। ଟିମ୍ କ୍ୟାପଟେନଙ୍କୁ ସ୍ନେହପୂର୍ଣ୍ଣ ସ୍ବାଗତ କରି, ସମସ୍ତ ଖେଳାଳୀ ଏବଂ ସପୋର୍ଟ ସ୍ଟାଫଙ୍କ ସହ ସେ ଆଲୋଚନା କରିଥିଲେ।ସନ୍ଧ୍ୟା ୬ଟାରେ ଆୟୋଜିତ ଏହି ଭେଟିଘାଟରେ ପ୍ରଧାନମନ୍ତ୍ରୀ ମୋଦୀ ଜଣେ ଜଣେ ଖେଳାଳୀଙ୍କୁ ନିଜେ ଶୁଣିଥିଲେ — ସେମାନଙ୍କ ଶ୍ରମ, ସଂଘର୍ଷ ଏବଂ ବିଜୟ ଯାତ୍ରାର କାହାଣୀ। ମୋଦୀ ସେମାନଙ୍କୁ ଭାରତକୁ ଗୌରବାନ୍ୱିତ କରିବା ପାଇଁ ଅଭିନନ୍ଦନ ଜଣାଇଥିଲେ ଏବଂ ଭବିଷ୍ୟତ୍ ନିମନ୍ତେ ଶୁଭେଚ୍ଛା ମଧ୍ୟ ଦେଇଥିଲେ।ଶେଷରେ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ବକପ ଟ୍ରଫି ସହ ସମସ୍ତ ଟିମ୍‌ଙ୍କ ସହ ଗ୍ରୁପ ଫଟୋ ଉଠାଇଥିଲେ।

Leave a Reply

Your email address will not be published. Required fields are marked *