ପାରଳାଖେମୁଣ୍ଡି କଳା ସଂସ୍କୃତି ସେବା ଟ୍ରଷ୍ଟ ପକ୍ଷରୁ ଜଗନ୍ନାଥ ମନ୍ଦିର ସମ୍ମୁଖରେ ।
ଗଜପତି(ମନୋଜ ପାଢୀ) ୬/୧୧: ପାରଳାଖେମୁଣ୍ଡି କଳା ସଂସ୍କୃତି ସେବା ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଗତକାଲି ରାତିରେ ଭଜନ ସମାରୋହ ଆୟୋଜିତ ହୋଇଯାଇଛି। ଏହି ଭଜନ ସମାରୋହ କାର୍ଯ୍ୟକ୍ରମରେ ଓଡ଼ିଶାର ସୁନାମଧନ୍ୟ ଭଜନ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି ଓ ଅଞ୍ଜଳି ମିଶ୍ର, ଟିଭି କଳାକାର ତାପସୀ କର, ସମଲେଇ କଳାକାର ଓ ପାରଳା କଳା ପରିଷଦର କଳାକାର, ପାଇକ ଆଖଡ଼ାର କୁନି କଳାକାର ଏବଂ ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ କଳାକାର ପ୍ରମୁଖ ଭକ୍ତି ସଙ୍ଗୀତ, ଭଜନ ପରିବେଷଣ ସହ ନିଜର କଳାକାରମାନେ ବିଭିନ୍ନ ନୃତ୍ୟ ପ୍ରଦର୍ଶନ କରିଥିଲେ। ଗଜପତି ଜିଲ୍ଲା ପରିଷଦ ସଭାପତି ଗାବରା ତିରୁପତି ରାଓ, ହାଇଟେକ୍ ଗ୍ରୁପର ଅଧକ୍ଷ ଡ.ତିରୁପତି ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ |ସମ୍ମାନିତ ଅତିଥି ଭାବେ ଗଜପତି ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ବରିଷ୍ଠ ନେତା ସିଏଚ୍. ସିମାଦ୍ରୀ, ପି.ବସନ୍ତ କୁମାର, କାଶୀନଗର ବ୍ଲକ୍ ଅଧ୍ୟକ୍ଷାବାଲା ସାୟାମ୍ମା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିଛନ୍ତି। ଏହି ଭକ୍ତି ସଙ୍ଗୀତ ଓ ସମାରୋହ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ସଂଖ୍ୟାଧିକ ଶ୍ରୋତା ବିଳମ୍ବିତ ରାତି ପର୍ଯ୍ୟନ୍ତ ଭଜନ ପରିବେଷଣ କରିଥିଲେ । ଏହି ଅବସରରେ କଣ୍ଠଶିଳ୍ପୀ ଓ କଳାକାରଙ୍କୁ ସମ୍ବଦ୍ଧିତ କରାଯାଇଥିଲା । ଏହି ସମାବେଶରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରବଳ ଜନ ସମାଗମ ହୋଇଥିବା ଲକ୍ଷ୍ୟ କରାଯାଇଥିଲା ।
