ମୋହନା ଥାନା ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ,ସତର୍କ ରହିବାକୁ ଅନୁରୋଧ ।
ଗଜପତି(ମନୋଜ ପାଢୀ)ମୋହନା ଥାନା ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଓ ଏହାର ସଚେତନତା ସମ୍ପର୍କରେ ସ୍ଥାନୀୟ ଥାନା ସମ୍ମୁଖରେ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।ସାଇବର ସୁରକ୍ଷା ଅଭିଯାନ ଓ ଗଜପତି ପୋଲିସ ଏବଂ ମୋହନା ପୋଲିସ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣ ଙ୍କ ସମେତ ବାଟୋଇ ମାନଙ୍କ ସହ ସ୍କୁଲ ଓ କଲେଜ ରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମଞ୍ଚର ମାନେ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ଗଜପତି ସାଇବର ଥାନା ଅଧିକାରୀ ମାନେ ଯୋଗ ଦେଇ ସାଇବର ଠକେଇର ସମ୍ମୁଖିନ ହେଉଥିବା ପିଡୀତଙ୍କ ସମ୍ପର୍କରେ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ।ପିଡ଼ିତଙ୍କୁ ପୋଲିସ,ସିବିଆଇ କିମ୍ବା କୋରିଅର ସେବାର ଅଧିକାରୀ କହି ଏକ କଲ ଆସିଥାଏ ଏବଂ କୌଣସି ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ କରାଯାଏ।ଠକ ମାନେ ପିଡୀତଙ୍କ ଏକ ଭିଡିଓ କଲରେ ରହିବାକୁ ବାଧ୍ୟ କରାଯାଏ,ଜାମିନ କିମ୍ବା ଯାଞ୍ଚ ପାଇଁ ଟଙ୍କା ମାଗନ୍ତି ଓ ଏହା ନଦେଲେ ଗିରଫ କରିବାର ଧମକ ଦିଆଯାଏ।ସେହିପରି ପିଡ଼ିତଙ୍କୁ କଲ ମାଧ୍ୟମରେ କୁହାଯାଏ କି ଏକ ପାର୍ସଲ କଷ୍ଟମ୍ସରେ ଅଟକି ରହିଛି କିମ୍ବା ସେଥି ମଧ୍ୟରେ ବେଆଇନ ସାମଗ୍ରୀ ରହିଅଛି,ଠକ ମାନେ ନିଜକୁ କଷ୍ଟମ୍ସ କିମ୍ବା ପୋଲିସ ଅଧିକାରୀ ଭାବେ ପରିଚୟ ଦେଇ ପାର୍ସଲ ଛଡ଼ାଇବା ପାଇଁ କ୍ଲିୟରାନ୍ସ ଚାର୍ଜ କିମ୍ବା ଜରିମାନା ଦାବି କରିଥାନ୍ତି।ଏପିରିକି ପୀଡିତ ମାନଙ୍କୁ ଅଧିକ ଦରମାରେ ସହଜ ଅନଲାଇନ କାମର ପ୍ରଲୋଭନ ଜନ୍ମାଇ ବିଶ୍ୱାସ ସୃଷ୍ଟି କରିବା ପାଇଁ ପ୍ରଥମେ କିଛି ଟଙ୍କା ଦିଆଯାଏ କିନ୍ତୁ ପରେ ଠକ ମାନେ ସୁରକ୍ଷା ଜମା କିମ୍ବା ସଦ୍ୟସତା ଶୁଳ୍କ ମାଗି ଅନ୍ତର୍ଦ୍ଧାନ ହୋଇ ଯାଇଥାନ୍ତି।ପୀଡିତ ମାନଙ୍କୁ ରିଫଣ୍ଡ,କ୍ୟାସବୁକ ଅଫର କିମ୍ବା ଅର୍ଡର ବାତିଲ ସମ୍ପର୍କରେ ନକଲି କଲ କିମ୍ବା ମେସେଜ ଆସେ।ଠକ ମାନେ ଲିଙ୍କ ପଠାଇ ଥାଆନ୍ତି କିମ୍ବା ବ୍ୟାଙ୍କ ଜନିତ ବିବରଣୀ ମାଗନ୍ତି ଯାହା ଦ୍ଵାରା ଅନଧିକୃତ ଭାବେ ଟଙ୍କା କଟିଯାଇ ଥାଏ।ଏଣୁ ଏଥି ପ୍ରତି ସତର୍କତାର ସହିତ ଯତ୍ନବାନ ହେଲେ ଆମେ ସାଇବର ଠକାମିର ଶିକାର ହୋଇପାରିବା ନାହିଁ। ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଙ୍କ ନେତୃତ୍ୱରେ ଥାନାର ସମସ୍ତ କର୍ମଚାରୀ ଅତିଥି ଭାବେ ଉପସ୍ଥିତ ରହିଥିଲେ।କାର୍ଯ୍ୟକ୍ରମରେ ସାଇବର ଠକେଇ ଠାରୁ ସାବଧାନତାର ସହିତ ରହିବା ନିମନ୍ତେ ମାସ୍କଡ଼ଙ୍କ ସଚେତନତା ଅତୀବ ସୁଦୂର ପ୍ରସାରି ଥିଲା।ଏଥିରେ ଗଣମାଧ୍ୟମ ପ୍ରତିନିଧି ଅନେକ ପୋଲିସ ଓ ବ୍ୟକ୍ତି ବିଶେଷ ଯୋଗ ଦେଇ ସାଇବର ଠକେଇ ସୁରକ୍ଷା ସମ୍ପର୍କରେ ସଚେତନତାର ବାର୍ତ୍ତାରେ ସାମିଲ ହୋଇ ଥିଲେ।ଏହି କାର୍ଯ୍ୟକ୍ରମକୁ ଥାନା ଅଧିକାରୀ ବସନ୍ତ କୁମାର ସେଠୀ ପରିଚାଳନା କରିଥିଲେ। ଏହାକୁ ଅଞ୍ଚଳ ର ହଜାର ହଜାର ଲୋକ ସଚେତନତା ବାର୍ତ୍ତା ଗ୍ରହଣ କରିଥିଲେ।
