ଝରାପାଲି ମାର୍କେଟ ବିଟା ଛତ୍ରିଆ କଂ ଦେହାନ୍ତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ର ଝରାପାଲି ମାର୍କେଟ କ୍ରାନ୍ତିପଡା ର ବିଟା ଛତ୍ରିଆ ୮୬ ବର୍ଷ ବୟସରେ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଦେହାନ୍ତ ହୋଇଯାଇଛି। ସେ ଜଣେ ଧର୍ମପରାୟଣ ବ୍ଯକ୍ତି ଓ ସମାଜ ସେବା ସହିତ ଅନ୍ୟ ଉପକାର କରିବା ନିମନ୍ତେ ପରିଚିତ ଥିଲେ। ତାଂକର ବିୟୋଗ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଶେଷ ଦର୍ଶନ କରିବା ପାଇଁ ବହୁ ମାନ୍ୟଗଣ୍ୟ ପୁଷ୍ପମାଲ୍ୟ ଅର୍ପଣ କରିବା ଶବାଧାରରେ ସାମିଲ ହୋଇଥିଲେ। ତାଙ୍କର ପଛରେ ବିଧବା ପତ୍ନୀ ବୁଧବରୀ ଛତ୍ରିଆ, ପୁଅ ରାମ ଛତ୍ରିଆ, ସୁରେନ୍ଦ୍ର ଛତ୍ରିଆ, ବୋହୂ ମମତା ଛତ୍ରିଆ, ଝିଅ ସାବିତ୍ରୀ, ସୁବାଷିନୀ, ନାତି, ନାତୁଣୀ କ୍ରିସ, ସୋନମ୍ କୁଂ ଛାଡି ଯାଇଛନ୍ତି। ପୁଅ ରାମ ଛତ୍ରିଆ ମୁଖାଗ୍ନି ଦେଇଥିଲେ।

Leave a Reply

Your email address will not be published. Required fields are marked *