ଗଣେଶ ମଲ୍ଲିକ ମୃତ୍ୟୁ ପରେ ପୁଅ ର ଚକ୍ଷୁ ଦାନ କଲେ ପରିବାର ବର୍ଗ . ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୦୪-୧୧-୨୦୨୫ରିଖ (ମଙ୍ଗଳ ବାର)ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସିମା ଗ୍ରାମପଞ୍ଚାୟତ ର ମାଲିପାଲି ଗ୍ରାମ ର ଗଣେଶ ମଲ୍ଲିକ ବୟସ ୨୭ବର୍ଷ ଏକ ସଡକ ଦୁର୍ଘଟଣା ରେ ତା-୦୩-୧୧-୨୫ ଦିନ ମୃତ୍ୟୁ ବରଣ କରିଥିଲେ।ସେ ନିଷ୍ଠା ପରିବାର ଦ୍ଵାରା ଆୟୋଜିତ ଅନେକ ରକ୍ତ ଦାନ ଶିବିର ରେ ରକ୍ତ ଦାନ କରିଥିଲେ। ନିଷ୍ଠା ପରିବାର ତରଫ ରୁ ଚକ୍ଷୁ ଦାନ ପାଇଁ ତାଙ୍କ କାକା ପ୍ରହଲ୍ଲାଦ ମଲ୍ଲିକ ଙ୍କୁ ଅନୁରୋଧ କରାଯାଇଥିଲା। ତାଙ୍କ ପୁତୁରା ର ଆଖି ରେ ଆଉ ଦୁଇ ଜଣ ରଙ୍ଗୀନ ଦୁନିଆଁ ଦେଖି ପାରିବେ ଭାବି ତାଙ୍କ କାକା ଚକ୍ଷୁ ଦାନ ପାଇଁ ସହମତି ଦେଇ ଥିଲେ। ତାପରେ ଟେକ୍ନିସିଏନ ଙ୍କ ଦ୍ଵାରା ଚକ୍ଷୁ ଦାନ ପ୍ରକ୍ରିୟା ଶେଷ ହୋଇଥିଲା। ଏହି ମହତ କାମ ରେ ମାରୱାଡ଼ି ମହିଳା ସମିତି ବରଗଡ ଶାଖା ର ଅଞ୍ଜୁ ମିତ୍ତଲ ସହଯୋଗ କରିଥିଲେ।
