ସୁନ୍ଦରଗଡ଼ ସୀମାରେ ମାଓ କ୍ୟାମ୍ପ ଠାବ: ବିସ୍ଫୋରକ ସାମଗ୍ରୀ ଓ ନକ୍ସଲ ପତାକା ଜବତ
ସୁନ୍ଦରଗଡ଼, (information media): ଓଡ଼ିଶା–ଝାରଖଣ୍ଡ ସୀମା ଅଞ୍ଚଳରେ ସୁରକ୍ଷାବଳ ଏକ ବଡ଼ ସଫଳତା ହାସଲ କରିଛନ୍ତି । ସୁନ୍ଦରଗଡ଼ ସୀମାସ୍ଥ ଜଙ୍ଗଲ ଅଞ୍ଚଳରେ ଥିବା ଏକ ମାଓ କ୍ୟାମ୍ପକୁ ଗିରିଡିହ ଜିଲ୍ଲା ଫୋର୍ସ, ସିଆରପିଏଫ ୧୫୪ ବାଟାଲିୟନ ଓ କୋବ୍ରା ୨୦୩ ବାଟାଲିୟନ ସଂଯୁକ୍ତ ଭାବେ ଠାବ କରିଥିଲେ ।ଏହି ଅଭିଯାନ ସମୟରେ ମାଓବାଦୀମାନେ ଶିବିର ଛାଡ଼ି ପଳେଇଯାଇଥିବା ସୂଚନା ମିଳିଛି । ଶିବିରରୁ ବୋମା ପ୍ରସ୍ତୁତ ସାମଗ୍ରୀ, ରବର ପୋଷ୍ଟେଜ୍ ଷ୍ଟାମ୍ପ, ନକ୍ସଲ ପତାକା ଏବଂ ଅନ୍ୟାନ୍ୟ ସନ୍ଦିଗ୍ଧ ସାମଗ୍ରୀ ଜବତ ହୋଇଛି ।ସୁରକ୍ଷାବଳ ସୂତ୍ର ଅନୁସାରେ, ଏହି ଅଭିଯାନ ଏକ ଖୋଜ଼ା ଓ ସଫାଇ ଅଭିଯାନର ଅଂଶ ଥିଲା । ମାଓ କାର୍ଯ୍ୟକଳାପ ନିୟନ୍ତ୍ରଣ ପାଇଁ ସୀମା ଅଞ୍ଚଳରେ ଅଧିକ ସଂଖ୍ୟକ ଜବାନ ନିଯୁକ୍ତ କରାଯାଇଛନ୍ତି ।
