ଛତିଶଗଡ଼ରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ବିଳାସପୁରରେ ମାଲବାହୀ ଟ୍ରେନ୍ ଉପରେ ଚଢ଼ିଗଲା ଯାତ୍ରୀବାହୀ ଟ୍ରେନ୍, ୬ ମୃତ
ବିଳାସପୁର, (information media): ଛତିଶଗଡ଼ର ବିଳାସପୁର ଜିଲ୍ଲାରେ ରବିବାର ରାତି ଭୟାବହ ଟ୍ରେନ୍ ଦୁର୍ଘଟଣା ଘଟିଛି । ପ୍ରାଥମିକ ସୂଚନା ଅନୁଯାୟୀ, ଏକ ଯାତ୍ରୀବାହୀ ଟ୍ରେନ୍ ମାଲବାହୀ ଟ୍ରେନ୍ ଉପରେ ଚଢ଼ିଯିବାରୁ ଦୁର୍ଘଟଣା ଘଟିଥିଲା ।ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ଏବଂ ଅନେକ ଆହତ ହୋଇଥିବା ଖବର ମିଳିଛି । ରେଲୱେ ଏବଂ ଜିଲ୍ଲା ପ୍ରଶାସନର ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।ଦୁର୍ଘଟଣାର ନିଖୁତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି । ରେଲ ଯାତାୟାତ ଏହି ମାର୍ଗରେ ସମୟୀନ୍ତେ ବନ୍ଦ ରହିଛି ।
