ଏକକ ଆଦର୍ଶ ଆବାସିକ ବିଦ୍ୟାଳୟରେ ବିଦ୍ୟାର୍ଥୀ ମାନଙ୍କୁ ଛାତ୍ରାବାସ ଏବଂ ଶିକ୍ଷାଦାନ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ।
ଗଜପତି (ମନୋଜ ପାଢୀ) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆଜି ଅଭିଭାବକ ମାନେ ନିଜ ପିଲାଙ୍କ ଭବିଷ୍ୟତ ନିମନ୍ତେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିବା ଦେଖିବାକୁ ମିଳିଛି। ଭାରତ ସରକାରଙ୍କ ଦ୍ବାରା ପରିଚାଳିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMAS) ଚଳିତ ୨୦୨୫-୨୦୨୬ ଶିକ୍ଷା ବର୍ଷରେ ନାମ ଲେଖାଇବା ନିମନ୍ତେ ତା ୨୩.୦୨-୨୦୨୫ ରିଖ ରବିବାର ଦିନ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟରେ ମହେନ୍ଦ୍ରଗଡ଼ ସ୍ଥିତ ଏକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ପ୍ରଦେଶିକା ପରୀକ୍ଷାରେ ୩୦ ଜଣ ଛାତ୍ର ୩୦ ଜଣ ଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନାମ ଲେଖାଇବା ନମନ୍ତେ ମେଧା ଡାଲିକା ପ୍ରକାଶ ପାଇଥିଲା । ସେହି ତାଲିକା ଅନୁସାରେ ଛାତ୍ରଛାତ୍ରୀ ମାନଙ୍କୁ ନାମ ଲେଖାଇ ଥିଲେ ହେଁ, ଆଜକୁ ୫ ମାସ ବିତି ଯାଇଛି କିନ୍ତୁ ବିଦ୍ୟାର୍ଥୀ ମାନେ ସେହି ବିଦ୍ୟାଳୟକୁ ଯାଇ ପାରି ନାହାଁନ୍ତି। କାରଣ ସ୍କୁଲ ଅଛି ନା ଛାତ୍ରାବାସ ଅଛି କହି ଗଜପତି ଜିଲ୍ଲାର ପାଞ୍ଚ ଗୋଟି ବ୍ଳକ୍ ତଥା, ମୋହନା, ନୂଆଗଡ଼, ଆଉ ଭଦୟଗିରି ରାୟଗଡ଼, ଗୁମ୍ମା ଅଞ୍ଚଳର ଅଭିଭାବକ ମାନେ ଅଭିଯୋଗ କରିଛନ୍ତି। ଅନ୍ୟ ପଟେ ଏ ନେଇ ଦାୟିତ୍ୱରେ ଥିବା ପ୍ରିନ୍ସପାଲ ଙ୍କୁ ପଚାରିବାରୁ କିଛି ନକହି ଜିଲ୍ଲାପାଳଙ୍କୁ ପଚାର କହି ଚାଲିଗଲେ।
