ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ।
ଗଜପତି(ମନୋଜ ପାଢୀ) ଗଜପତି ଜିଲ୍ଲା ରାୟଗଡ ବ୍ଲକ ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି। ବ୍ଲକରେ ଥିବା ସମସ୍ତ ବିଦ୍ୟାଳୟ ତଥା ୧୨ ଗୋଟି କ୍ଲୋଷ୍ଟରର ଛାତ୍ର ଛାତ୍ରୀ ମାନେ ୨୫୦ ରୁ ଉର୍ଦ୍ଧ ଯୋଗ ଦେଇ ଥିଲେ। ବରିଷ୍ଠ ଓ ଗରିଷ୍ଠ ବିଭାଗରେ ବିତର୍କ, ପ୍ରବନ୍ଧ, କୁଇଜ୍ ପ୍ରତିଯୋଗିତା ହେବା ସହ କନିଷ୍ଠ ବିଭାଗ ପାଇଁ କୁଇଜ୍,ପତ୍ର ଲିଖନ, ସଙ୍ଗୀତ, ନୃତ୍ୟ, ହସ୍ତାକ୍ଷର, ଚିତ୍ରାଙ୍କନ, ସୃଜନଶିଳ ଲିଖନ, ବକୃତା ଚିତ୍ର କଳା ଓ ଶିଳ୍ପ କଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଅନୁ ଅନୁଷ୍ଠିତ ହୋଇ ଯାଇଛି । ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ପୂର୍ଣାବାସି ନାୟକ, ବିଇଓ ଟି କିଶୋର କୁମାର, ଏ.ବିଇଓ ଯୁଧିଷ୍ଠିର ବେହେରା , ପିମ୍ ଶ୍ରୀ ହାଇସ୍କୁଲର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋଜ ବେହେରା ଙ୍କ ସହ ସମସ୍ତ ସି ଆର ସି ସି ମାନେ ମଞ୍ଚାଶିନ ଥିଲେ। ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ମାନ ପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ। ସମସ୍ତ ବିଦ୍ୟାଳୟ ର ଗାଇଡ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ। ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନେ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମ କୁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ସିଆରସି ମାନେ ପରିଚାଳନା କରିଥିଲେ ।
