ଦୁଇ ବାଇକ ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର ।
ଗଜପତି ,2/11(ମନୋଜ ପାଢୀ): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ରଙ୍ଗ ମାଟିଆ ସ୍କୁଲ ନିକଟରେ ବାଇକ ସହ ବାଇକର ମୁହାଁମୁହିଁ ଧକ୍କା ହୋଇଛି. ଏଥିରେ 2 ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି. ସୂଚନା ପ୍ରକାରେ, ଶନିବାର ସନ୍ଧ୍ୟାରେ ମୋହନା ଠାରୁ ଏକ ବାଇକ ( ଓଡି ୨୦ ଡି ୫୯୮୧ ) ରେ ରଙ୍ଗ ମାଟିଆ ପ୍ରଧାନ ଶିକ୍ଷକ ହାବେଲ ଗମାଙ୍ଗ ( ୪୬) ବିଦ୍ୟାଳୟକୁ ଯାଉଥିବା ବେଳେ ଅପର ପାର୍ଶ୍ଵରୁ ୟମାବାଇକ ଯୋଗେ ( ଓଡ଼ି O୭ ଞ୍ୱାଇ ୭୯୧୪ ) ରେ ଅଡବା ଥାନା ଡେଙ୍ଗାସଖାଲ ପଞ୍ଚାୟତର ରାଇଜୁକା ନୁଆଁ ସାହିର ବିଶ୍ୱ ମଲ୍ଲିକ ( ୨୦ )ଙ୍କ ବାଇକ ମୁହାଁ ମୁହିଁ ଧକ୍କା ହୋଇ ବିଶ୍ୱଙ୍କ ବାଇକ ରାସ୍ତାକାଡରେ ଥିବା ଏକ ପାନ ଦୋକାନକୁ ପିଟିହୋଇ ଛିଟିକି ପଡିଥିବା ବେଳେ ହେବଲ ମଧ୍ୟ ରାସ୍ତା ଉପରେ ଛିଟିକି ପଡ଼ିଥିଲେ | ସ୍ଥାନୀୟ ଲୋକଙ୍କ ଦ୍ୱାରା ଦୁଇ ବାଇକ ଆରୋହୀଙ୍କୁ ଏକ ଅଟୋ ଯୋଗେ ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ | ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ହେବଲଙ୍କ ମୁଣ୍ଡ ଏବଂ ଛାତିରେ ଆଘାତ ଲାଗିଥିବା ବେଳେ ବିଶ୍ୱଙ୍କ ମୁଣ୍ଡ, ଛାତି ଓ ହାତରେ ଗଭୀର ଆଘାତ ଥିବା ଯୋଗୁଁ ଏମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣା ମିଳିଛି. ଘଟଣା ନେଇ ମୋହନା ପୋଲିସ ଦୁଇ ବାଇକକୁ ଜବତ କରିବା ସହ ଏକ ମକଦ୍ଦ୍ୱମା ରୁଜୁ କରି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି |
