ଫୁଲବାଣୀ ଠାରେ ବନାନୀ ପକ୍ଷରୁ ୨୨ତମ୍ ନାଟକ ଶହୀଦ ଭଗତ ସିଂ ରିଅ ର ସଲ ଶୁଭାରମ୍ଭ….

କନ୍ଧମାଳ : ତା -୧/୧୧(ରିପୋର୍ଟ କୁନା ଦିଗାଲ)କନ୍ଧମାଳ ଜିଲ୍ଲା ର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଶୁକ୍ରବାର ଅନୁଷ୍ଠାନ ର ୨୨ତମ ନାଟକ ଶହୀଦ ଭଗତ ସିଂହ ର ବହି ପୂଜା ଓ ରିଆର୍ ସଲ ର ଶୁଭାରମ୍ଭ ହୋଇଛି l ଏହି ଅବ ସରରେ ବନାନୀ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ ଅରୁପ ଜେନା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ଆଇ ଟି ଡି ଏ ର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଡି ଆଇ ପି ଆର୍ ଓ, ସଂସ୍କୃତି ଅଧିକାରୀ ନାଟ୍ୟ ପ୍ରେମୀ ଗଦାଧର ପାତ୍ର, ଓ ପ୍ରକଳ୍ପ ନିର୍ଦ୍ଦେଶକ ସହରାଞ୍ଚଳ ବିକାଶ ତଥାସଂସ୍କୃତି ପ୍ରେମୀ ପ୍ରବୀଣ କୁମାର ବlଣୁଆ ଯୋଗ ଦେଇ ବହି ପୂଜା ସହ ରିଅର ସଲ ର ଶୁଭାରମ୍ଭ କରିଥିଲେ lସଂସ୍ଥା ପକ୍ଷରୁ ଉଭୟ ଙ୍କୁ ସଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ଉପଢ଼ୌକନ ଓ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରି ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବନାନୀ ର ପୁର୍ବତନ ସଭାପତି ତଥା ଆଇନଜୀବି ରବୀନ୍ଦ୍ର ନାଥ ମିଶ୍ର, ନିର୍ଦ୍ଧେଶକ ପ୍ରଭାତ ଦାସ, ସହ ନିର୍ଦ୍ଦେଶକ ତଥା ଆଇନଜୀବି ବିଜୟ ପଟ୍ଟନାୟକ ଙ୍କ ସମେତ ବନାନୀ ର କର୍ମକର୍ତ୍ତା ଓ ସମସ୍ତ କଳାକାର ଉପସ୍ଥିତ ଥିଲେ l ସଙ୍ଗଠନ ର ବରିଷ୍ଠ ସଦସ୍ୟ ତଥା ନାଟ୍ୟ ପ୍ରେମୀ ପ୍ରସନ୍ନ କୁମାର ସ୍ବାଇଁ, ଦିଲ୍ଲୀପ ମହାପାତ୍ର ପ୍ରମୁଖ ସୁଚାରୁରୂପେ ଅୟୋଜନ କରି ଥିଲେ l

Leave a Reply

Your email address will not be published. Required fields are marked *