ଟିକାବାଲି ରେ ଛେଳି ଚୋରଙ୍କ ଆତଙ୍କୀତ ରାଜ୍ …
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳରେ ଦିନକୁଦିନ ଛେଳି ଚୋରି କୁ ନେଇ ଆତଙ୍କୀତ ଛେଳି ଚାଷୀ । ଟିକାବାଲିରେ ଦିର୍ଘଦିନ ହେବ ରାତ୍ର ସମୟରେ ଛେଳି ଚୋରମାନେ ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ରେ ରାତି ଅଧିଆ ଛେଳି ଗୁହାଳରେ ପସି ବଛାବାଛା ଖାସି ଛେଳିକୁ ନେଇଯାଉଛନ୍ତି। ଏଭଳି ଛେଳି ଚୋରୀ କରି ନେଇଥିବା ଘଟାଣା ଦେଖିବାକୁ ମିଳିଛି ଟିକାବାଲି ଅନ୍ତର୍ଗତ ବାହାଡ଼ା ସାହି ଛକ (ଗୁଡାରିସାହି)ର ବିମ୍ବାଧର ବିଷୟୀଙ୍କ ଘରୁ । ବିମ୍ବାଧର ବିଷୋୟୀ ତା- ୩୦/୧୦/୨୫ ରିଖ ରାତ୍ର ସମୟରେ ଘରେ ଶୋଇଥିବା ବେଳେ , ଚୋରମାନେ ଶୋଇଥିବା ଘରର କବାଟର ଗେଡା କୁ ପକାଇ ଛେଳି ଗୁହାଳରେ ପସି ୨ ଗୋଟି ବଡ଼ ବଡ଼ ଖାସି ଛେଳି ନେଇ ଯାଇଥିଲେ । ସକାଳେ ବିମ୍ବାଧର ବିଷୋୟୀ ଉଠିକି ଦେଖିଲା ବେଳକୁ ୨ ଗୋଟି ଖାସି ଛେଳି ନଥିବା ଯାଣିବାକୁ ପାଇଥିଲେ । ଏହାର ପୂର୍ବରୁ ବାହାଡ଼ା ସାହି ଛକରେ ରହୁଥିବା ଉଗ୍ରେସେନ ପ୍ରାଧାଙ୍କ ସମେତ ଗଡ଼ଗହିର ଗ୍ରାମରେ , ଛିତିଝାର ,ଗ୍ରାମର ଲବଣୀ ବେହେରା , ଏବଂ ବିଭିନ୍ନ ଗ୍ରାମରୁ ଚୋରମେନେ ଚୋରୀକରି ନେଇ ସାରିଲେଣି । ବର୍ତମାନ ସମୟରେ ଛେଳି ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟି ଯାଇଛି। ଛେଳି ଚାଷୀମାନେ ବ୍ୟାଙ୍କ୍ ରୁ ଋଣ ଆଣି ଖରା, ବର୍ଷା , ସିତ କାକରରେ ଛେଳି ପାଳନ କରି ଦୁଇପଇସା ରୋଜଗାର କରି ପରିବାର ଭରଣ ପୋଷଣ କରି ଚଳିବା ପାଇଁ ଚିନ୍ତା କରୁଥିବା ବେଳେ ରାତି ଅଧିଆ ଚୋର ମାନେ ନେଇ ଯାଉଛନ୍ତି ବୋଲି ଛେଳି ଚାଷୀ ଦୁର୍ବଳ ହୋଇଗଲେଣୀ । ଏନେଇ ଆଜି ଟିକାବାଲି ଥାନାରେ ବିମ୍ବାଧର ବିଷୋୟୀ ଲିଖିତ ଅଭିଯୋଗ କରିଥିବା ବେଳେ ଆଗରୁ ପୋଲିସ୍ କୈାଣସି ଛେଳି ଚୋରକୁ କାବୁ କରିନଥିବା ଜଣାପଡିଛି ।
