ଛେଳି ଚରାଳିକୁ ବିଭତ୍ସ ହତ୍ୟା।( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର)କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ଗାଗନାପୁର ନିକଟସ୍ଥ ମୋରାବାଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ଉକ୍ତ ଗ୍ରାମର ବୁଲୁ ପାତ୍ର ନାମକ ଜଣେ ଛେଳି ଚରାଳିକୁ କାତି, ଖଣ୍ଡା ଓ ବର୍ଛା ସାହାଯ୍ୟରେ ଆକ୍ରମଣ କରି ୩ ଜଣ ଯୁବକ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ନିହତ ବୁଲୁ ସହ ଆକ୍ରମଣକାରୀ ଯୁବକ ମାନଙ୍କର ଗତ ଏକ ବର୍ଷ ତଳେ ସାମାନ୍ୟ ବଚସା ହୋଇଥିଲା ଓ ଗାଁ ଲୋକଙ୍କ ମଧ୍ୟସ୍ଥତାରେ ସମାଧାନ ହୋଇଯାଇଥିଲା। ତଥାପି ଗତ ୩ ମାସ ତଳେ ମୃତ ବୁଲୁ ବଡ଼ ଭାଇକୁ ଆକ୍ରମଣ କରିଥିଲେ। ଏହାକୁ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଆକ୍ରମଣକାରୀ ଯୁବକ ମାନଙ୍କର ସାହାସ ବଢ଼ିଯାଇଥିଲା ଓ ଗତକାଲି ବୁଲୁ ନିକଟସ୍ଥ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ଏହି ଭଳି ହତ୍ୟାକାଣ୍ଡ କାର୍ଯ୍ୟ କରିଛନ୍ତି ବୋଲି ପରିବାର ପକ୍ଷରୁ କୁହାଯାଇଛି। ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଭିଯୁକ୍ତ ଯୁବକ ମାନଙ୍କୁ ଗିରଫ କରିବା ପାଇଁ ଜାଲ ବିଛାଇଛନ୍ତି।

Leave a Reply

Your email address will not be published. Required fields are marked *