ଭାଲିଆ ସାହି ନଦୀରେ ଭାଷୀ ଯାଇ ଜଣେ ବ୍ୟକ୍ତି ନିଖୋଜ ।

ଗଜପତି(ମନୋଜ ପାଢୀ) ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଜଲାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଭାଲିଆ ସାହି ନଦୀରେ ଜଣେ ବ୍ୟକ୍ତି ଭାଷୀ ଯାଇ ନିଖୋଜ ଥିବା ସୂଚନା ରହିଛି। ସୂଚନା ପ୍ରକାରେ ଗତ କାଲି ଜଣେ ସନ୍ଧ୍ୟା ବେଳେ ଭାଲିଆ ସାହି ର 47 ବର୍ଷୀୟ ଭିମା ମଣ୍ଡଳ ସୌଦା ଆଣିବା ପାଇଁ ଯାଇ ଉକ୍ତ ଭାଲିଆ ସାହି ନାଳରେ ଭାସି ଯାଇ ଥିଲେ। କାରଣ ଉକ୍ତ ଗ୍ରାମର ଲୋକେ କେବଳ ଏକ ଦୌଡ଼ି ସାହାଯ୍ୟରେ ନଦୀ ପାର ହୋଇ ଥାଆନ୍ତି। ଗତ ରାତିରେ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଏ ନେଇ ରାୟଗଡ ଥାନାରେ ସୂଚନା ଦେଇଥିଲେ। ପରେ ଘଟଣା ସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ଯବାନ ମାନେ ପହଞ୍ଚି ବହୁ ଖୋଜା ଖୋଜି କରି ଥିଲେ ହେଁ ନିଖୋଜ ବ୍ୟକ୍ତିଙ୍କୁ ପାଇ ପାରି ନାହାନ୍ତି। ରାତ୍ର ଯୋଗୁଁ ଆସନ୍ତା କାଲି ପୁଣି ଖୋଜା ଖୋଜି ଜାରି ରହିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *