ବାଲି ମାଫିଆ ସକ୍ରିୟ : ବେଆଇନ ବାଲିଘାଟ ବନ୍ଦକଲା ଖଣି ବିଭାଗ ।

ଗଜପତି (ମନୋଜ ପାଢୀ ): ଗଜପତି ଜିଲ୍ଲାର କାଶୀନଗର ବଂଶଧାରା ନ‌ଦୀ ଉପକୂଳରେ ବେଆଇନ ବାଲିଘାଟ ପ୍ରତିଷ୍ଠା ପାଇଁ ଅପଚେଷ୍ଟା କରାଯାଇଥିଲା. ଏହାର ପୂର୍ବ ସୂଚନା ଗଜପତି ଖଣି ବିଭାଗ ଜାଣି ପାରି ବାଲି ଘାଟ ପ୍ରତିଷ୍ଠାକୁ ପଣ୍ଡ କରିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, କାଶୀନଗର ବଂଶଧାରା ନଦୀ କୂଳରେ ବେଆଇନ ଭାବେ ଏକ ବାଲି ଘାଟ ପ୍ରତିଷ୍ଠା କରିବା ପାଇଁ କିଛି ବ୍ୟକ୍ତି ଉଦ୍ୟମ ଆରମ୍ଭ କରିଥିଲେ. ଏହାର ପୂର୍ବ ସୂଚନା ଗଜପତି ଜିଲ୍ଲା ଖଣି ବିଭାଗ ପାଇବା ପରେ ବିଭାଗୀୟ ଅଧିକାରୀ ଦୀପେନ ପରିଡ଼ା ଯାଞ୍ଚ କରିଥିଲେ। କାଶୀନଗର ନିକଟସ୍ଥ ନଦୀ ଉପକୂଳରେ ବେଆଇନ ବାଲିଘାଟ ପ୍ରତିଷ୍ଠା ପାଇଁ ଯେଉଁ ଉଦ୍ୟମ ହେଉଥିଲା ତାହାକୁ ଖଣି ଅଧିକାରୀ ସମ୍ପୂର୍ଣ ଭାବେ ବନ୍ଦ କରିଥିଲେ.ଏହି କାର୍ଯ୍ୟକ୍ରମରେ କନିଷ୍ଠ ଖଣି ଅଧୂକାରୀ ବିଶ୍ବଜିତ୍ ମହତ୍, ସହ ସହକାରୀ ତହସିଲଦାର ତ୍ରିନାଥ ସାହୁ ଓ ପୁଲିସ ଏସ୍‌ଆଇ ଆଲୋକ ରଞ୍ଜନ ଜଗଦଲା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *