ବାତ୍ୟା ପରିସ୍ଥିତି ଓ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ।

ଗଜପତି(ମନୋଜ ପାଢୀ) ବାତ୍ୟା ମୋନ୍ଥା ର ଲ୍ୟାଣ୍ଡଫଲ ଯୋଗୁଁ ଗଜପତି ଜିଲ୍ଲାରେ ଏହାର ବିଶେଷ ପ୍ରଭାବ ପଡୁଥିବା ଦେଖାଯାଇଛି । ଜିଲ୍ଲାବ୍ୟାପୀ ପବନ ସହ ପାଗ ମେଘୁଆ ହୋଇ ବର୍ଷା ହେଉଥିବା ବେଳେ ଖାରା ହୋଇ ବର୍ଷା ମଧ୍ୟ ଲାଗିରହିଛି ।ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପ୍ରଶାସନ ଏହାର କଡ଼ା ମୁକାବିଲା କରିବା ପାଇଁ ବେଶ ସଜାଗ ହୋଇ ରହିଛି ।ବାତ୍ୟା ପ୍ରଭାବରେ ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୩୯ ଟି ଭୂସ୍ଖଳନ ଅଞ୍ଚଳରେ କୌଣସି ପ୍ରକାର ବିପର୍ଯ୍ୟୟ ପରିସ୍ଥିତିର ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ସବୁ ଅଞ୍ଚଳରେ ପରିସ୍ଥିତିର ଅନୁଧ୍ୟାନ ପାଇଁ ସରକାରୀ ଅଧିକାରୀ ମାନେ ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ସାହାଯ୍ୟ ପାଇଁ NDRF , ODRA ଏବଂ ଅଗ୍ନିଶମ ଦଳ ମୃତୟନ ଅଛନ୍ତି ।ବାତ୍ୟା ପ୍ରଭାବରେ ଜିରୋ କାଜୁଆଲଟି ପାଇଁ ଗୁରୁତ୍ବ ଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପାହାଡ଼ ଉପରେ କି ପାହାଡ ତଳିଆ ଅଞ୍ଚଳରେ କି ଚାଳ ଛପର , ମାଟି କୁଡିଆ ଘରେ ବସବାସ କରୁଥିବା ପରିବାର ବର୍ଗଙ୍କୁ ମାଇକ ଯୋଗେ ସଚେତନ କରାଇ ବାତ୍ୟା ଆଶ୍ରୟ ସ୍ଥଳ ଓ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି ଯାହାକି , ସେଠାରେ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯିବା ସହ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ୍ ସୁଦ୍ଧା ୧୯ ହଜାର ୬୯୬ ଜଣ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳ ଓ ସୁରକ୍ଷିତ ଜାଗାକୁ ଅଣା ଗଲାଣି । ସେହିଭଳି ୧୯୫ ଜଣ ଗର୍ଭବତୀ ମହିଳା ଓ ପ୍ରସୂତି ଙ୍କୁ ବିଭିନ୍ନ ମା’ ଗୃହ ଓ ସ୍ୱାସ୍ଥ୍ୟକେନ୍ଦ୍ର ଅଣା ଗଲାଣି ।ବାତ୍ୟା ପ୍ରଭାବ ର ଲଗାଣ ବର୍ଷାରେ ଜିଲ୍ଲାର ରାୟଗଡ଼ ବ୍ଲକ ଏସ କରଡ଼ା ସିଂ ପଞ୍ଚାୟତର ବଣ୍ଡା ରାସ୍ତାରେ ନିକଟସ୍ଥ ପାହାଡ଼ରୁ ଭୂସ୍ଖଳନ ହୋଇ ପଥର ଖସି ରାସ୍ତାରେ ପଡ଼ି ରହିଥିଲା । ଯାତାୟତ ସମ୍ପୂର୍ଣ ଭାବେ ବାଧାପ୍ରାପ୍ତ ହୋଇଥିଲା । ତାକୁ ଉଦ୍ଧାରକାରୀ ଦଳଙ୍କ ସହାୟତାରେ ମେସିନ ଯୋଗେ ହଟାଇ ସ୍ଵାଭାବିକ କରାଯାଇଛି ।ସେହିଭଳି ଗୋଷାଣୀ ବ୍ଲକର ସାତମାଇଲ -ଖରସଣ୍ଡା ପିଚୁରାସ୍ତା ବର୍ଷା ପାଣିରେ ଧୋଇହୋଇ ସମ୍ପୂର୍ଣ ଭାବେ ଏକ ବଡ଼ ଗର୍ତ୍ତ ବିପଦପୂର୍ଣ୍ଣ ଭାବେ ସୃଷ୍ଟି ହୋଇଛି। ।ବର୍ତ୍ତମାନ୍ ସୁଦ୍ଧା ଜିଲ୍ଲାର କୌଣସି ଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଖବର ନାହିଁ ।

Leave a Reply

Your email address will not be published. Required fields are marked *