ପଧାନପାଲି ମାର୍କେଟ ୟାର୍ଡ଼ ପରିସରରେ ପଧାନପାଲି ଯୁବଗୋଷ୍ଠୀ ଓ ଅମୃତ୍ କୁଟୁମ୍ ମିଳିତ ସହଯୋଗରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ବରଗତ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ରେଶମ ପଂଚାୟତ ପଧାନପାଲି ମାର୍କେଟ ୟାର୍ଡ଼ ପରିସରରେ ପଧାନପାଲି ଯୁବଗୋଷ୍ଠୀ ଓ ଅମୃତ୍ କୁଟୁମ୍ ର ୫୫ତମ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତିଥି ଭାବେ ଶ୍ରୀମତୀ ନୀରୁପମା ସାହୁ ଯୋଗଦେଇ ଉଦଘାଟନ କରି ଓ ପ୍ରଥମ କରି ରକ୍ତଦାନ କରିଥିଲେ। ଏହି ଅବସରରେ ଅମୃତ କୁଟୁମ୍ ର ସଭାପତି ଆନଂଦ ସୁନା କଂ ସଭାପତିତ୍ବ ରେ ଏକ ସଭାର ଆୟୋଜନ ହୋଇଥିଲା। ଅମୃତ୍ କୁଟୁମ୍ ର ଉପଦେଷ୍ଟା ଲଲିତ କୁମାର ସାହୁ ସଭା କୁ ପରିଚାଳନା କରିଥିଲେ। ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା ର ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ଓ କାଉନସିଲର ମଣ୍ଟୁ ପ୍ରଧାନ ଓ ଦେବାଶିଷ ମିଶ୍ର, ପ୍ରହଲ୍ଲାଦ ପ୍ରଧାନ, ପାଏନୁ ଭୋଇ ପ୍ରମୁଖ ୬ ଜଣ ମହିଳା ସମେତ ୩୨ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ।ଏହି ସମୟରେ ଅମୃତକୁଟୁମ ସକ୍ରିୟ ସଦସ୍ୟ ରୁଦ୍ର ନାରାୟଣ ସାହୁ, ବଂଶୀଧର ବେହେରା, ଧନେଶ୍ୱର ସାହୁ, ଘନଶ୍ୟାମ ଅଗ୍ରୱାଲ, ଗୋପି ମେହେର, ଭୀମ ଦୁବସାଗର, ପ୍ରହଲ୍ଲାଦ ମେହେର, ଭୀଷ୍ମ ସିଂ ଛନ୍ଦ, କରୁଣାକର ପ୍ରଧାନ ଓ ପଧାନପାଲି ଗ୍ରାମବାସୀମାନେ ରକ୍ତ ଦାନ ଶିବିର ପରିଚାଳନା ରେ ସହଯୋଗ କରିଥିଲେ। ପରିଶେଷରେ ଅମୃତ୍ କୁଟୁମ୍ ର ସଭାପତି ଆନଂଦ ସୁନା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *