ଦିବଂଗତ କର୍ଣ୍ଣେଲ ବିଶ୍ବାଳଙ୍କ ସ୍ମୃତିରେ ରକ୍ତଦାନ ଶିବିର।୩୨ୟୁନିଟ ରକ୍ତ ସଂଗ୍ରହ

ସେମିଳିଗୁଡା.ତାରିଖ ୩୧,୧୦,୨୫,କୋରାପୁଟ ଜିଲ୍ଲାକୁ ଗୌରବାନ୍ବିତ କରିଥିବା ବୀର ପୁତ୍ର ଭାରତୀୟ ସେନାର କର୍ଣ୍ଣେଲ ଦିବଂଗତ ଶିବ ପ୍ରସାଦ ବିଶ୍ବାଳଙ୍କ ସ୍ମୃତିରେ ପଞ୍ଚଦଶ ଦିବସରେ ଓ ଜାତୀୟ ଏକତା ଦିବସରେ ଲିଭ ଫର ଅଦର୍ସର ସାଧାରଣ ସମ୍ଫାଦିକା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲେ। ଏହି ଶିବିରରେ ସ୍ବର୍ଗତ ବିଶ୍ବାଳଙ୍କ ସ୍ମୃତିଚାରଣ କରାଯାଇ ଶ୍ରଦ୍ଧାଂଜଳି ଅର୍ପଣ କରାଯାଇଥିଲା।ଶିବିରରେ ସ୍ବତଃ ପ୍ରବୃତ୍ତ ଭାବରେ ୩୨ ଜଣ ରକ୍ତଦାନ କରିଥିଲେ। ଏଫବିଡିଓର ସଦସ୍ଯ ବିଜୟ କୁମାର ସାହୁ,ଅଜୟକୁମାର ସାହୁ,ପ୍ରଦୀପ କୁମାର ତ୍ରିପାଠୀ ପ୍ରମୂଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଲିଭ ଫର ଅଦର୍ସର ସଂଗଠନ ସଂପାଦକ ଗଣେଶ୍ଵର ପାଣିଗ୍ରାହୀ ,ଚିନ୍ମୟ ମିଶ୍ର, ଶିବିର ପରିଚାଳନା କରିଥିଲେ।ଏଫବିଡିଓ ତରଫରୁ ଲିଭ ଫର ଅଦର୍ସକୁ ମାନପତ୍ର ପ୍ରଦାନ କରାଯାଇ ଥିଲା।କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟର ରକ୍ତ କେନ୍ଦ୍ରର ଡାକ୍ତର ମଧୁସୂଦନ ବଳିୟାରସିଂହ, ଅଜିତ,ଦେବବ୍ରତ, ରବିନ୍ଦ୍ର, କୈବଲ୍ୟ ରକ୍ତ ସଂଗ୍ରହ କରିଥିଲେ।

Leave a Reply

Your email address will not be published. Required fields are marked *