ତାଳଶ୍ରୀଗିଡା ଗ୍ରାମ ରେ ରକ୍ତ ଦାନ ଶିବିର ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ୭୧ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଅଛି ।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୩୧-୧୦-୨୦୨୫ରିଖ (ଶୁକ୍ର ବାର)ବର୍ତ୍ତମାନ ବୁର୍ଲା ରକ୍ତ ଭଣ୍ଡାର ରେ ରକ୍ତ ର ଘୋର ଅଭାବ ଥିବାବେଳେ।ବରଗଡ଼ ବ୍ଲକ ଅନ୍ତର୍ଗତ ତାଲଶ୍ରୀଗିଡା ଗ୍ରାମ ଠାରେ ଜୀବନ ସଂଯୋଗ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ବରାହଗୋଡା ଗ୍ରାମାଞ୍ଚଳ ଥାନା ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ଦାସ ମୂଖ୍ୟ ଅତିଥି ଭାବରେ ଓ ନିମନ୍ତ୍ରିତ ଅତିଥି ଭାବରେ ଆରୋଗ୍ୟ ମନ୍ଦୀର ତାଲଶ୍ରିଗିଡା ଡାକ୍ତର ନବୀନ ବେହେରା ଓ ସରପଞ୍ଚ ରିକନ ସାହୁ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ସାତ ଯୋଡା ଦମ୍ପତ୍ତି ଙ୍କ ସମେତ ସର୍ବମୋଟ ୭୧ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।ଏହାକୁ ବୀରସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ ବୁର୍ଲା ରକ୍ତ ଭଣ୍ଡାର ଡାଃ ଚନ୍ଦ୍ର ମୋହନ ଦାଶ, ରକ୍ତ ଭଣ୍ଡାର କାଉନସିଲର ମଣ୍ଟୁ ପ୍ରଧାନ, ଟେକନିସିଆନ ଦେବାଷିଶ ମିଶ୍ର, ଜନକ ବେହେରା ଓ ପାଏନୁ ଭୋଇ ପ୍ରମୁଖ ସଂଗ୍ରହ କରି ଥିଲେ। ନିଷ୍ଠା ପରିବାର ଓ ଜୀବନ ସଂଯୋଗ ପରିବାର ର ସଦସ୍ୟ ଓ ତାଲଶ୍ରିଗିଡା ଗ୍ରାମ ବାସୀ ଏହି ଶିବିର ର ସୁପରିଚାଳନା କରିଥିଲେ।ପରିଶେଷ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ଜୀବନ ସଂଯୋଗ ପରିବାର କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ସମସ୍ତ ରକ୍ତ ଦାତା, ସହଯୋଗୀ,ଶୁଭେଚ୍ଛୁ ମାନଙ୍କୁ “ନିଷ୍ଠା ପରିବାର,”ର ସମସ୍ତ ସଦସ୍ୟ ଓ ସଭାପତି ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ତ୍ରିପାଠୀ ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।
