ଜ୍ବାଇଁକୁ ଏସିଡ୍ ମାଡ଼ ଘଟଣା: ଶ୍ୱଶୁରଙ୍କୁ ୧୦ ବର୍ଷ ଜେଲଦଣ୍ଡ, ୫୦ ହଜାର ଜରିମାନା ।

ଗଜପତି (ମନୋଜ ପାଢୀ): ଜ୍ଵାଇଁଙ୍କୁ ଏସିଡ୍ ମାଡ଼ ମାମଲାରେ ଶଶୁରଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ ସହ 50 ହଜାର ଟଙ୍କା ଜରିମାନା ଦେବା ପାଇଁ ଗଜପତି ଜିଲ୍ଲା କୋୖର୍ଟ ଶୁଣାଣି କରିଛନ୍ତି ଗଜପତି ଅତିରିକ୍ତ ଜିଲ୍ଲା ଜଜ୍ ବିଷ୍ଣୁ ପ୍ରସାଦ ପଣ୍ଡା ଏହି ରାୟ ପ୍ରଦାନ କରିଛନ୍ତି. ଜରିମାନା ଅନାଦେୟ ୬ ମାସ ଅଧ‌ିକ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି। ଘଟଣାରୁ ପ୍ରକାଶ, ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଗ୍ରାମର ପୂର୍ଣ୍ଣଲିମାଙ୍କ ଅଭିଯୋଗକ୍ରମେ ତାଙ୍କ ପୁଅ ରଞ୍ଜନ ଲିମା ଦ୍ବିତୀୟ ବିବାହ ପରେ ତାଙ୍କ ଶଶୁର ପିଟର ପାଳଙ୍କ ଘରେ ରହି ଆସୁଥିଲେ। ୨୦୨୪ ଜାନୁୟାରୀ ୨୯ ରାତିରେ ଶଶୁର ଘରେ ପହଞ୍ଚି ଥିଲେ। ଦାଣ୍ଡ କବାଟ ବନ୍ଦ ଥୁବା ଦେଖ୍ ବାଡ଼ି ପଟେ ଯିବାକୁ ଚେଷ୍ଟା କରିଥିଲେ। ଆଗରୁ ପ୍ରସ୍ତୁତ ଥିବା ଶାଶୂ ଓ ତାଙ୍କ ଦ୍ଵିତୀୟ ସ୍ତ୍ରୀ ରଞ୍ଜନଙ୍କ ମୁହଁକୁ ଟର୍ଚ ମାରିଥିଲେ। ସେହି ସମୟରେ ଶଶୁର ପିଟର ପାଳ ଜ୍ୱାଇଁ ରଞ୍ଜନଙ୍କ ଉପରକୁ ଏସିଡ୍ ପକାଇ ଥିବା ଅଭିଯୋଗ ହୋଇଥିଲା। । ଏସିଡ୍ ମାଡ଼ ଯୋଗୁଁ ରଞ୍ଜନ ଗୁରୁତର ଅବସ୍ଥାରେ ଛଟପଟ ହେଉଥ‌ିବା ବେଳେ ଜୋହାନଙ୍କ ପୁଅ ବାବୁଲା ତରମ୍ଭ ରଞ୍ଜନଙ୍କ ବାପାଙ୍କ ଖବର ଦେଇଥିଲେ । ଗୁରୁତର ଅବସ୍ଥାରେ ରଞ୍ଜନଙ୍କୁ ପ୍ରଥମେ ଚନ୍ଦ୍ରଗିରି ସରକାରୀ ଡାକ୍ତରଖାନା ଓ ପରେ ଏମ୍‌କେସିଜି ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା। ପୂର୍ଣ୍ଣ ଲିମା ଅଡ଼ବା ଥାନାରେ ମାମଲା ରୁଜୁ କରିଥିଲେ। ଇନ୍ସପେକ୍ଟର ଶୁଭ୍ରାନ୍ତ ପଣ୍ଡା ଉକ୍ତ ମାମଲାର ତଦନ୍ତ କରି ଉକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ। ୧୨ଜଣ ବୟାନ ତଥା ପ୍ରମାଣକୁ ଭିଭି କରି ମାମଲାର ଶୁଣାଣି କରିଛନ୍ତି ଅତିରିକ୍ତ ଜିଲ୍ଲା ସେଚନ ଜଜ୍ ବିଭୁ ପ୍ରସାଦ ପଣ୍ଡା। ଅଭିଯୁକ୍ତଙ୍କୁ ଦୋଷ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ହଜା ଟଙ୍କାର ଜରିମାନା ଶୁଣାଣି କରିଛନ୍ତି। ଘଟଣାର ଗମ୍ଭୀରତାକୁ ନଜରରେ ରଖି ପ୍ରସିକ୍ୟୁସନ ବିଭାଗର ଉପନିର୍ଦେଶକ ଅଜିତ ପଟ୍ଟନାୟକ ଓ ସହ ନିର୍ଦ୍ଦେଶକ ଡ.ଅନୁପରାଜ ଆଚାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସରକାରଙ୍କ ପକ୍ଷରୁ ଏପିପି ପି.ପ୍ରସାଦ ରାଓ ମାମଲା ପରିଚାଳନା କରିଥିବା ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପର୍ସିକ୍ୟଟର ରାଜେଶ ମିଶ୍ର ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *