ଲଗାଣ ବର୍ଷା ଯୋଗୁଁ ସ୍କୁଲ ପାଚେରୀ ଭାଙ୍ଗିଗଲା।
ବର୍ତମାନ ଚାଲିଥିବା ବାତ୍ୟା “ମନ୍ଥା ” କୁ ନେଇ ଜିଲ୍ଲା ପ୍ରଶାସନର ଆଗୁଆ ପଦକ୍ଷେପ ସ୍ବରୂପ ବିହିତ ପଦକ୍ଷେପ ଫଳରେ ବହୁ ଧନଜୀବନ ସୁରକ୍ଷିତ ଥିବା ବେଳେ ନଦୀ କୁଳିଆ ଅଞ୍ଚଳରେ କିଛି କ୍ଷୟକ୍ଷତି ହୋଇଥିବାର ଦେଖାଯାଇଛି। ବିଶେଷ କରି ତଳିଆ ଅଞ୍ଚଳରେ ବସବାସ କରୁଥିବା ସାଧାରଣ ଲୋକଙ୍କୁ ବିଭିନ୍ନ ସରକାରୀ କୋଠା , ବାତ୍ୟା ଆଶ୍ରୟସ୍ଥଳୀ ଓ ବିଦ୍ୟାଳୟ ମାନଙ୍କୁ ସ୍ଥାନାନ୍ତର କରିବା ସହ ରନ୍ଧନ ଖାଦ୍ୟ ଓ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଅନ୍ୟ ପକ୍ଷରେ କିଛି ପୁରୁଣା ଘର ଓ ସରକାରୀ କୋଠା ଗୁଡ଼ିକ ଉପରେ ଲଗାଣ ବର୍ଷା ଯୋଗୁଁ କ୍ଷତି ହୋଇଥିବା ପରିଲକ୍ଷିତ ହେଉଛି। ଉଦାହରଣ ସ୍ୱରୂପ ହିଞ୍ଜିଳି ପୌରାଞ୍ଚଳ ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟ ର ପାଚେରି ଭାଙ୍ଗି ନଷ୍ଟ ହୋଇଥିବା ବେଳେ ଆଉ ଏକ କାନ୍ଥ ଅଣେଇ ହୋଇ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ପ୍ରଶାସନ ପକ୍ଷରୁ ତୁରନ୍ତ ହସ୍ତକ୍ଷେପ ପାଇଁ ସାଧାରଣ ଲୋକ ଦାବି କରିଛନ୍ତି।

