ଟିକାବାଲି କଲେଜରେ ରାଷ୍ଟ୍ରୀୟ ଏକତା ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ…
କନ୍ଧମାଳ :- ( ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଏ ଏମ୍ ସି ଏସ୍ ମହାବିଦ୍ୟାଳୟରେ ଟିକାବାଲି ପୋଲିସ ପ୍ରଶାସନ ତରଫରୁ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ଶହେ ପଚାଶ ତମ ଜୟନ୍ତୀ ଓ ରାଷ୍ଟ୍ରୀୟ ଏକତା ଉପଲକ୍ଷେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ତର୍କ , ପ୍ରଶ୍ନ ମାଳା ଖେଳ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପାରିଛି । ମୁଖ୍ୟ ଅତିଥି ଭାବେ ଟିକାବାଲି ଥାନା ଅଧିକାରିଣୀ ଶ୍ରୀମତୀ ପ୍ରଜ୍ଞା ରିତାମ୍ବର କର ଯୋଗ ଦେଇ କୃତି ପ୍ରତିଯୋଗି ଙ୍କୁ ମାନପତ୍ର ଓ ସ୍ମୃତି ଫଳକ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ନରେନ୍ଦ୍ର ଦିଗାଲ , ବନମାଳୀ ବେହେରା , ବିରୂପାକ୍ଷ ତ୍ରିପାଠୀ, ଯୋଗ ଦେଇଥିଲେ । ବିଚାରକ ଭାବେ , ଅଧ୍ୟାପିକା ନିବେଦିତା ଭୋଇ , ଶିବାନୀ କହଁର, ସ୍ମୃତି ରେଖା ନାୟକ , ଓ ଆଧ୍ୟାପକ ଅଭୟ ପ୍ରଧାନ କାର୍ଯ୍ୟ ତୁଳାଇ ଥିଲେ । ଜାତୀୟ ସେବା ଯୋଜନାରେ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ଚମ୍ପା ସୋରେନ , ଜ୍ଞାନରଞ୍ଜନ ଭୋଇ , ଯୁବ ରେଡ଼କ୍ରସର୍ ସଂଯୋଜକ ଅଧ୍ୟାପକ ରତନ କୁମାର ଦିଗାଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଇଂରାଜୀ ତର୍କ ପ୍ରତିଯୋଗିତାରେ ଅର୍ଚ୍ଚିତା ବେହେରା ପ୍ରଥମ , ନାହୁନ ପ୍ରଧାନ ଦ୍ଵିତୀୟ , ରାନୀ ମହାରଣା ତୃତୀୟ ସ୍ଥାନ ହାସଲ କରିଥିଲେ । ଓଡ଼ିଆ ତର୍କ ପ୍ରତିଯୋଗିତାରେ ବଳରାମ ବେହେରା ପ୍ରଥମ, ବାଜପେୟୀ ପ୍ରଧାନ ଦ୍ଵିତୀୟ , କୁଳମଣି କହଁର ତୃତୀୟ ସ୍ଥାନ ହାସଲ କରିଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତାରେ ହୃଷିକେଶ ଭୋଇ ପ୍ରଥମ , ଶଙ୍କର କଁହର ଦ୍ଵିତୀୟ , ଅର୍ଚ୍ଚନା କଁହର ତୃତୀୟ ହୋଇ ଥିଲେ । ସେହିପରି ପ୍ରଶ୍ନ ମାଳା ପ୍ରତିଯୋଗିତାରେ ରାନୀ ମହାରଣା ପ୍ରଥମ , ଅର୍ଚ୍ଚିତା ବେହେରା ଦ୍ଵିତୀୟ ଓ ବୈଶାଖୀ ଆଚାର୍ଯ୍ୟ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ଟିକାବାଲି ଥାନା ପ୍ରଶାସନର ପୋଲିସ କର୍ମଚାରୀ ସହଯୋଗ କରିଥିଲେ ।

