ମହିଳାଙ୍କ ହେଉଥିଲା ପ୍ରସବ ଯନ୍ତ୍ରଣା, ନଦୀରେ ପାଣି ବଢ଼ିଯିବାରୁ ଘଟିଲା..ମହିଳାଙ୍କ ହେଉଥିଲା ପ୍ରସବ ଯନ୍ତ୍ରଣା, ନଦୀରେ ପାଣି ବଢ଼ିଯିବାରୁ ଘଟିଲା..

ମହିଳାଙ୍କ ହେଉଥିଲା ପ୍ରସବ ଯନ୍ତ୍ରଣା, ନଦୀରେ ପାଣି ବଢ଼ିଯିବାରୁ ଘଟିଲା.. ଗଜପତି,୨୭/୧୦(ମନୋଜ କୁମାର ପାଢୀ): ବାଦପୁର ନଦୀ ପାର କରି ଗର୍ଭବତୀ ମହିଳା ଓ 2 ଶିଶୁଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ l ଏଥିସହ ସ୍ଥାନୀୟ ଅଙ୍ଗନବାଡି ଓ ଆଶାକର୍ମୀଙ୍କୁ ମଧ୍ୟ ଉଦ୍ଧାର କରିଛନ୍ତି l ଗଜପତି ଜିଲା ଆର.ଉଦୟଗିରି ବ୍ଲକ ପୁରୁଣାପାଣି ବାଦପୁର ଗାଁର ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା l ତାଙ୍କୁ ଉଦ୍ଧାର କରି ମା’ ଗୃହକୁ ଆଣିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା l ତେବେ ଘୋଡ଼ାହାଡ଼ ନଦୀରେ ପାଣି ବଢ଼ିବାରୁ ଗର୍ଭବତୀ ମହିଳାଙ୍କୁ ନେଇ ଆସି ପାରୁ ନ ଥିଲେ ଅଙ୍ଗନବାଡି ଓ ଆଶାକର୍ମୀ lଖବର ପାଇ ଆର.ଉଦୟଗିରି ବିଡ଼ିଓ ଲୋରିମାନ ଖରସେଲ ଓ ସିଡିପିଓ ଲଳିତା ପୂଜାରୀ ସ୍ଥାନୀୟ ଅଗ୍ନିଶମ ବାହିନୀ ସହ ବାଦପୁର ନଦୀରେ ପହଞ୍ଚିଥିଲେ l ଜିଲା ଅଗ୍ନିଶମ ଅଧିକାରୀ ଧୀରେନ୍ଦ୍ର ଦାସଙ୍କ ନେତୃତ୍ୱରେ ଆର. ଉଦୟଗିରି ଅଗ୍ନିଶମ କର୍ମଚାରୀ, ବିଡ଼ିଓଙ୍କ ଉପସ୍ଥିତରେ ମୋଟର ବୋଟ ସହାୟତାରେ ନଦୀ ପାର ହୋଇଥିଲେ l ଏହାପରେ ଗର୍ଭବତୀ ମହିଳା, ୨ ଜଣ ଶିଶୁ, ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀଙ୍କୁ ଉଦ୍ଧାର କରିଛନ୍ତି l ଉଦ୍ଧାର ପରେ ଗର୍ଭବତୀ ମହିଳାଙ୍କୁ ମା’ ଗୃହକୁ ଅଣାଯାଇଥିବା ବିଡ଼ିଓ ସୂଚନା ଦେଇଛନ୍ତି l

By admin

Leave a Reply

Your email address will not be published. Required fields are marked *