ବାତ୍ୟା ର ମୁକାବିଲା କରିବା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ଭାବେ ପ୍ରସ୍ତୁତ ଅଛି – ଜିଲ୍ଲାପାଳ ।ବାତ୍ୟା ର ମୁକାବିଲା କରିବା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ଭାବେ ପ୍ରସ୍ତୁତ ଅଛି – ଜିଲ୍ଲାପାଳ ।

ବାତ୍ୟା ର ମୁକାବିଲା କରିବା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ଭାବେ ପ୍ରସ୍ତୁତ ଅଛି – ଜିଲ୍ଲାପାଳ ।

ଗଜପତି(ମନୋଜ ପାଢୀ)ବାତ୍ୟା ମୋନଥା ପ୍ରଭାବରେ ସମଗ୍ର ଗଜପତି ଜିଲ୍ଲାରେ ମଧ୍ୟାହ୍ନ ଠାରୁ ପାଗ ମେଘୁଆ ହୋଇ ଝିପିଝିପି ବର୍ଷା ଲାଗିରହିଛି ।ତେବେ ଏହି ବାତ୍ୟାର ସମସ୍ତ ପ୍ରକାରର ମୁକାବିଲା କରିବା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ଭାବେ ଆଗୁଆ ପ୍ରସ୍ତୁତ ହୋଇ ରହିଛି ବୋଲି ଗଜପତି ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।ବାତ୍ୟା ସଂପର୍କରେ ଅଧିକ ସୂଚନା ଦେଇ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା କହିଛନ୍ତି ଯେ , ପାଣିପାଗ ସୂଚନା ପ୍ରକାରେ ଗଜପତି ଜିଲ୍ଲାରେ ଆଜିଠାରୁ ବର୍ଷା ଲାଗିରହିବ ଏବଂ ଜିଲ୍ଲାକୁ ଓରେଞ୍ଜ ୱାର୍ଣିଂ ରେ ଅଛି , ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ହୋଇ ରହିଛି । ସମସ୍ତ ପଞ୍ଚାୟତ , ବ୍ଲକ୍ , ତହସିଲ ଠାରେ ଏଥିପାଇଁ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ହୋଇଛି। ଯେଉଁ ମାନଙ୍କ କଚା , ଝାଟିମାଟି , ଚାଳ ଛପର ଘରେ ରହୁଛନ୍ତି ସେମାନଙ୍କୁ ଚିହ୍ନଟ କରି ବାତ୍ୟା ଆଶ୍ରୟ ସ୍ଥଳ ,ସ୍କୁଲ ଗୃହ , ଚର୍ଚ୍ଚ ଗୃହ କମ୍ୟୁନିଟି ହଲକୁ ସ୍ଥାନାନ୍ତର କରାଯାଇଛି , ବର୍ତ୍ତମାନ ଶୁଦ୍ଧା ୯୪୬ ଜଣଙ୍କୁ ଅଣାଯାଇ ଶୁଖିଲା ଓ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଛି । ସେହିଭଳି ପାହାଡ ଉପରେ କି ପାହାଡ ତଳେ ବସବାସ କରି ରହୁଥିବା ପରିବାର ଲୋକଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି । ଏହା ଜିଲ୍ଲାର ୫୮ ଟି ପଞ୍ଚାୟତ ର ୯୨ ଟି ଗ୍ରାମର ରହିଛି ।ଜିଲ୍ଲାରେ ୧୩୯ ଟି ଭୂସ୍ଖଳନ ଅଞ୍ଚଳ ଚିହ୍ନଟ କରାଯାଇଛି । ବାତ୍ୟା ପ୍ରଭାବରେ ହଠାତ୍ କେଉଁଠି କୌଣସି ପ୍ରକାରର ବିପର୍ଯ୍ୟୟ କି ଅସୁବିଧା ଦେଖାଦେଲେ ସେଥିପାଇଁ PWD , RD ଓ NH ବିଭାଗର ୫୭ ଟି JCP ଓ ୮ ଟି ପ୍ରୋକ୍ଲେନର ସମେତ ୧୨ ଟି ଏଗଜାଭେଟର , ୨ ଟି ଟ୍ରଲର , ୧୩୭ ଟି ଡିଜି ସେଟ୍ ଓ ୬୧ ଟି ୱାଟର ପମ୍ପ ପ୍ରଭୃତି ସଂପୃକ୍ତ ଅଞ୍ଚଳ ମାନଙ୍କରେ ପ୍ରସ୍ତୁତ ରହିଛି। ଏଥି ସମେତ ବିପର୍ଯ୍ୟୟ ସମ୍ଭାବନା ଅଞ୍ଚାଲରେ ଉଦ୍ଧାର ଓ ସାହାଯ୍ୟ ପାଇଁ ଅଗ୍ନିଶମ ବିଭାଗ , ଓଡରାଫ ଦଳ ଏବଂ NDRF ଦଳର ବ୍ୟବସ୍ଥା କରାଯାଇଛି।ଲୋକଙ୍କୁ ସଚେତନ କରାଯିବା ପାଇଁ ମାଇକିଂ ବ୍ୟବସ୍ଥା କରା ଯାଇଛି ।ଗର୍ଭବତୀ ମହିଳା ମାନଙ୍କ CHC ଓ ମା ଗୃହକୁ ବର୍ତ୍ତମାନ ସୁଦ୍ଧା ୯୧ ଜଣଙ୍କୁ ସୁରକ୍ଷିତ ପାଇଁ ନିଆଯାଇଛି । ବର୍ତ୍ତମାନ୍ ସୁଦ୍ଧା ଜିଲ୍ଲାର କେଉଁଠି ହେଲେ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ହୋଇ ନଥିବା ଜିଲ୍ଲା ପ୍ରଶାସନ ଠାରେ ଖବର ରହିଛି ।ତେଣୁ ଯେ କୌଣସି ପ୍ରକାରର ବିପର୍ଯ୍ୟୟ ଓ ଅସୁବିଧାର ସମ୍ପୂର୍ଣ ମୁକାବିଲା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ପ୍ରସ୍ତୁତ ଅଛି ବୋଲି ଜିଲ୍ଲାପାଳ ଶ୍ରୀମତୀ ମଧୂମିତା କହିଛନ୍ତି ।

By admin

Leave a Reply

Your email address will not be published. Required fields are marked *