ସେମିଳିଗୁଡାରେ ବଜାଜ ଗୋଲ୍ଡ ଲୋନର ଶାଖା ଉଦଘାଟିତ।
ସେମିଳିଗୁଡା.ତାରିଖ ୨୮,୧୦,୨୦୨୫,ସେମିଳିଗୁଡାରେ ବଜାଜ୍ ଗୋଲ୍ଡ ଲୋନର ନୂତନ ଶାଖା ଉଦଘାଟନ ହୋଇଛି। ସେମିଳିଗୁଡା ଜାତୀୟ ରାଜପଥ କଡରେ ମୂଖ୍ଯ ବଜାର ନିକଟରେ ବଜାଜ ଗୋଲ୍ଡ ଲୋନର ନୂତନ ଶାଖାକୁ ମୂଖ୍ଯ ଅତିଥି ବିଶିଷ୍ଟ ସମାଜସେବୀ ତଥା ବିଜେପି ନେତ୍ରୀ ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ଫିତାକାଟି ଉଦଘାଟନ କରିଥିଲେ। ଉଦଘାଟନ ଉସ୍ଚବରେ ବହୁ ଭଦ୍ର ବ୍ଯକ୍ତି, ବ୍ୟବସାୟୀ,ସୁନା ବ୍ଯବସାୟୀ ଉପସ୍ଥିତ ଥିଲେ।ସେମିଳିଗୁଡା ଭଳି ଏକ ବ୍ୟବସାୟିକ ପେଣ୍ଠ ସ୍ଥଳୀରେ ଏହାର ନିହାତି ଆବଶ୍ୟକତା ଥିଲା ଓ ଆବଶ୍ୟକତା ସମୟରେ ଲୋକ ଘରୋଇ ଭାବେ ସୁନା ବନ୍ଧକ ଦେଇ ଚଢା ସୁଧ ଗଣୁଛନ୍ତି ବୋଲି ମୂଖ୍ଯ ଅତିଥି ଶ୍ରୀମତୀ ମିଶ୍ର କହିଥିଲେ। ଆଂଚଳିକ ପ୍ରବନ୍ଧକ କମଳ କୁମାର ବେସ୍ରା ଗୋଲ୍ଡ ଲୋନର ନିୟମାବଳୀ ବୁଝାଇ ଥିଲେ।କାର୍ଯ୍ୟକ୍ରମରେ ଶାଖାର ଶାଖା ପ୍ରବନ୍ଧକ ବିନିତ ସାମଲ,ପ୍ରଦୀପ କୁମାର ବେହେରାମାଳୀ,ଆର୍.ଏମ୍.ଭାସ୍କର ମସିଆ, ସତ୍ଯ ପ୍ରକାଶ ପାଲ ସହଯୋଗ କରିଥିଲେ। ଆଜି ଅନେକ ଲୋକ ସୁନା ଜମା ଦେଇ ୠଣ ନେଇଥିଲେ।

