ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ କୁ ନେଇ କଳିଙ୍ଗା ଘାଟି ରାସ୍ତାକୁ ନିର୍ମାଣ କାର୍ଯ୍ୟ କନ୍ଧମାଳ ଜିଲ୍ଲାପାଳ ୩ ଦିନ ପାଇଁ ସମ୍ପୂର୍ଣ୍ଣ ବନ୍ଦ…. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟି ରାସ୍ତାକୁ ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ କନ୍ଧମାଳ ଜିଲ୍ଲାପାଳ ୩ ଦିନ ପାଇଁ ସମ୍ପୂର୍ଣ୍ଣ ସିଲ୍ କରିଥିବା ସୂଚନା l ପାଣିପାଗ ବିଭାଗର ସୂଚନା ଅନୁସାରେ, ସମଗ୍ର ରାଜ୍ୟରେ ବର୍ଷା ଥିବା ବେଳେ କନ୍ଧମାଳ ଜିଲ୍ଲା ଅଧିକ ପ୍ରଭାବିତ ହେବା ସମ୍ଭାବନା ଥିବାରୁ ରେଡ୍ ଜୋନରେ ଥିବା ଦେଖିବାକୁ ମିଳିଛି। ଗତ ମାସ ଘାଟିରେ ଭୂସ୍ଖଳନ ଯୋଗୁ ରାସ୍ତା ନଷ୍ଟ ହୋଇ ଦୀର୍ଘ ଦିନ ହେଲା ରାସ୍ତା ବନ୍ଦ ରହିଛି । ଜାତୀୟ ରାଜପଥ ବିଭାଗ ତରଫରୁ ରାସ୍ତା ନିର୍ମାଣ ଚାଲିଛି । ଘାଟି ମଝିରେ ଶ୍ରମିକମାନେ ରହି କାମ କରୁଥିଲେ। ସ୍ଥାନୀୟ ଅଞ୍ଚଳରେ ସୋମବାର ପୂର୍ବାହ୍ନରେ ପାଗ ଶୁଖିଲା ଥିଲା, କିନ୍ତୁ ୪ଟା ପରେ କିଛି କିଛି ସ୍ଥାନରେ ପବନ ବର୍ଷା ଲାଗିରହିଛି। ବାତ୍ୟାକୁ ନେଇ କନ୍ଧମାଳ ଜିଲ୍ଲାପାଳ ସମସ୍ତ ଶ୍ରମିକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରି ରାସ୍ତାକୁ ୩ ଦିନ ନିମନ୍ତେ ସିଲ୍ କରିବାକୁ ନିର୍ଦେଶ କରିଛନ୍ତି। ସ୍ଥାନୀୟ ପ୍ରଶାସନ ବାତ୍ୟା ନିମନ୍ତେ ସତର୍କ ରହିଥିବା ବେଳେ ଆଇଆଇସି ବିଜୟ କୁମାର ସ୍ବାଇଁଙ୍କ ନେତୃତ୍ୱର କଳିଙ୍ଗା ଘାଟି ପୂର୍ବରୁ ଥିବା ପୂର୍ତ୍ତ ଡାକ ବଙ୍ଗଳା ଠାରେ ଫୋର୍ସ ମୁତୟନ ରହିଥିବା ଦେଖିବାକୁ ମିଳିଛି।
ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ କୁ ନେଇ କଳିଙ୍ଗା ଘାଟି ରାସ୍ତାକୁ ନିର୍ମାଣ କାର୍ଯ୍ୟ କନ୍ଧମାଳ ଜିଲ୍ଲାପାଳ ୩ ଦିନ ପାଇଁ ସମ୍ପୂର୍ଣ୍ଣ ବନ୍ଦ 