ମୋନ୍ଥାର ପ୍ରକୋପ: ଖସିଲା ପାହାଡ଼ ଅତଡ଼ାମୋନ୍ଥାର ପ୍ରକୋପ: ଖସିଲା ପାହାଡ଼ ଅତଡ଼ା

ମୋନ୍ଥାର ପ୍ରକୋପ: ଖସିଲା ପାହାଡ଼ ଅତଡ଼ା

ଆର,ଉଦୟଗିରି୨୮।୧୦ ( ମନୋଜ ପାଢୀ ): ବାତ୍ୟା ମୋନ୍ଥାର ପ୍ରକୋପ ଏତେ ଭୟଙ୍କର ଅଛି ଯେ, ତୁହା କୁ ତୁହା ବର୍ଷା ଲାଗି ରହିଛି। ଅପରପକ୍ଷେ ଗଜପତି ପ୍ରଶାସନ ଦିନ ରାତି ଏକ କରି ପ୍ରତିଟି ବ୍ଲକର ଆଶ୍ରୟସ୍ଥଳୀ ବୁଲବୁଲି ସମସ୍ତ ପ୍ରକାର ସହଯୋଗ କରି ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରୁଛନ୍ତି। ତେବେ ଏହା ମଧ୍ୟରେ ଗଜପତି ଜିଲା ଆର ଉଦୟଗିରି ବ୍ଲକର ଅନଘା ପଞ୍ଚାୟତର ରାସ୍ତା କଡ଼ ପାହାଡ଼ରୁ ବିରାଟକାୟ ପଥର ଖସି ବଡ ଗାଁ ରାସ୍ତା ଅବରୋଧ କରିଛି। ଯାତାୟତ ଠପ୍‌ ହୋଇଛି। ଏହି ସମ୍ପର୍କରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିବା ସୂଚନା ମିଳିଛି ।

By admin

Leave a Reply

Your email address will not be published. Required fields are marked *