ମନ୍ଥା ଉଜାଡ଼ିଲା ବାସ ଘର*****************
ଗଜପତି (ମନୋଜ ପାଢୀ) ଆଜି ମଧ୍ୟ ରାତ୍ରରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝଡ଼ ତୋଫାନ ସହିତ ଲଗାଣ ବର୍ଷା ଲାଗିରହିିଥିଲା।ଫଳରେ ଗଜପତି ଜିଲ୍ଲା ରା ଉଦୟଗିରି ବ୍ଲକର ରଣ୍ଡିବା ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଲକ୍ଷ୍ମୀପୁର ଗ୍ରାମର ହରିଶ୍ଚନ୍ଦ୍ର ବେହର୍ଦଳାଇଙ୍କ ବାସ ଗୃହଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି। ଘରର ସମସ୍ତ ଜିନିଷ ପତ୍ର ନଷ୍ଟ ହେବା ସହିତ ଗୋରୁ ଗାଈମାନେ ମଧ୍ୟ ବର୍ଷାରେ ଭିକୁଛନ୍ତି। ପରିବାରର ଆକୁଳ ନିବେଦନ ଏବଂ କ୍ଷୟ କ୍ଷତିକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ଅନୁଦାନ ପ୍ରଦାନ କରାଗଲେ ପରିବାର ଲୋକେ ଉପକୃତ ହେବେ।

